ରାଉରକେଲାରେ ସଶସ୍ତ୍ର ଡକାୟତି, ଲୁଟି ନେଲେ ୩ କୋଟି ଟଙ୍କାର ସୁନା ଗହଣା

ରାଉରକେଲା: ରାଉରକେଲା ମଧୁସୁଦନ ମାର୍ଗରେ ଥିବା ଇଣ୍ଡିଆ ଇନଫୋଲାଇନ ଫିନାନସ୍‌ ଲିମିଟେଡ୍‌ରେ ଗତକାଲି ସଶସ୍ତ୍ର ଡକାୟତି ହୋଇଛି। ସାତ ଜଣ ଡକାୟତ ପିସ୍ତଲ ଧରି ଏହି ସଂସ୍ଥାରେ ପଶି ୩ କୋଟି ଟଙ୍କାର ସୁନା ଗହଣା ଲୁଟି ନେଇଥିବା ପ୍ଲାଣ୍ଟ ସାଇଟ୍‌ ଥାନାରେ ଅଭିଯୋଗ ହୋଇଛି। ରାଉରକେଲା ଏସପି ଅନିରୁଦ୍ଧ ସିଂହ ଘଟଣାସ୍ଥଳରେ ପହଞ୍ଚି  ଅନୁଧ୍ୟାନ କରିଛନ୍ତି।