ସାଲେପାଲି ହତ୍ୟା ଘଟଣାରେ ୬ ଗିରଫ

ବଲାଙ୍ଗୀର: ଜମି ବିବାଦକୁ ନେଇ ଗତ ୨୨ରେ ସାଲେପାଲିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ଆଜି ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରେ ଚାରି ଜଣ ମହିଳା ଓ ଦୁଇ ଜଣ ପୁରୁଷ ଅଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର୍ ଅଛନ୍ତି। ଧୋବେଇ ସାହୁଙ୍କ ମାମୁଁ ଘର ଲୋକଙ୍କ ଘର ଜମି ଡିହ ଗୋଟିଏ ପାର୍ଚ୍ଚାରେ ରହିଛି। କିଛି ଜମିକୁ ଧୋବେଇ ବିକ୍ରି କରିବା ପାଇଁ ଉଦ୍ୟମ ଚଳାଇଥିଲା। ୨୧ ତାରିଖ […]

bolangir

Rakesh Mallick
  • Published: Monday, 24 August 2015
  • , Updated: 24 August 2015, 10:49 AM IST

ବଲାଙ୍ଗୀର: ଜମି ବିବାଦକୁ ନେଇ ଗତ ୨୨ରେ ସାଲେପାଲିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ଆଜି ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରେ ଚାରି ଜଣ ମହିଳା ଓ ଦୁଇ ଜଣ ପୁରୁଷ ଅଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର୍ ଅଛନ୍ତି।

ଧୋବେଇ ସାହୁଙ୍କ ମାମୁଁ ଘର ଲୋକଙ୍କ ଘର ଜମି ଡିହ ଗୋଟିଏ ପାର୍ଚ୍ଚାରେ ରହିଛି। କିଛି ଜମିକୁ ଧୋବେଇ ବିକ୍ରି କରିବା ପାଇଁ ଉଦ୍ୟମ ଚଳାଇଥିଲା। ୨୧ ତାରିଖ ଦିନ ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ତଗୋଳ ହୋଇଥିଲା। ୨୨ ତାରିଖରେ ପୁଣି ଥରେ ଏହି ଦୁଇ ପରିବାରଙ୍କ ମଧ୍ୟରେ ବଚସା ହେବାରୁ ଧୋବେଇ ସାହୁକୁ ମାମୁଁ ଘରର ଆଠ ଜଣ ମହିଳା ପୁରୁଷ ମିଳିତ ଭାବେ ଧୋବେଇ ସାହୁକୁ ପିଟି ପିଟି ମାରି ଦେଇଥିଲେ।

Related story