ସାଲେପୁର: ଯୁବକଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଗିରଫ

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଗାଁରେ ଯୁବକକୁ ଅପହରଣ ପରେ ହତ୍ୟା ଘଟଣାର ସଂପୂର୍ଣ୍ଣ ଖୁଲାସା କରିଛି ପୋଲିସ୍। ଆଜି କଟକ ଗ୍ରାମାଞ୍ଚଳ ଏସପି ସାଲେପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ପୂରା ସୂଚନା ଦେଇଥିଲେ। ଏସପି କହିଛନ୍ତି, ମୃତ ସତ୍ୟନାରାୟଣ ସ୍ୱାଇଁଙ୍କୁ ତା’ର ସାଙ୍ଗ ତଥା ମୁଖ୍ୟ ଅଭିଯୁକ୍ତ ରଞ୍ଜନ ଦାସ ଆଉ ୩ଜଣ ସହଯୋଗୀଙ୍କ ସହ ମିଶି କୋଦାଳ ବେଣ୍ଟରେ ହତ୍ୟା କରି ଥିଲା। ତା’ପରେ ନିଜ କାର୍ ଯୋଗେ ମୃତ […]

salepurhatyakanda

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 12:29 PM IST

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଗାଁରେ ଯୁବକକୁ ଅପହରଣ ପରେ ହତ୍ୟା ଘଟଣାର ସଂପୂର୍ଣ୍ଣ ଖୁଲାସା କରିଛି ପୋଲିସ୍। ଆଜି କଟକ ଗ୍ରାମାଞ୍ଚଳ ଏସପି ସାଲେପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ପୂରା ସୂଚନା ଦେଇଥିଲେ। ଏସପି କହିଛନ୍ତି, ମୃତ ସତ୍ୟନାରାୟଣ ସ୍ୱାଇଁଙ୍କୁ ତା’ର ସାଙ୍ଗ ତଥା ମୁଖ୍ୟ ଅଭିଯୁକ୍ତ ରଞ୍ଜନ ଦାସ ଆଉ ୩ଜଣ ସହଯୋଗୀଙ୍କ ସହ ମିଶି କୋଦାଳ ବେଣ୍ଟରେ ହତ୍ୟା କରି ଥିଲା। ତା’ପରେ ନିଜ କାର୍ ଯୋଗେ ମୃତ ଦେହକୁ ନେଇ କେନ୍ଦ୍ରାପଡ଼ା ମାର୍ଷାଘାଇର ଲୁଣା ନଦୀରେ ପକାଇ ଦେଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୂକ୍ତ ରଞ୍ଜନ ଦାସ ଓ ହାଡ଼ିବନ୍ଧୁ ପଲାଇକୁ ଗିରଫ କରାଯାଇଛି। ଅନ୍ୟ ଦୁଇଜଣ ଅଭିଯୁକ୍ତ ଗାଡି ଡ୍ରାଇଭର ପପୁ ବେହେରା ଓ ଉମେସ୍ ନାୟକ ଏପର୍ଯ୍ୟନ୍ତ ଫେରାର୍ ଅଛନ୍ତି। ବ୍ୟକ୍ତିଗତ ଶତୃତାରୁ ରଂଜନ ଓ ଅନ୍ୟ ତିନି ଜଣ ଏହୀ ହତ୍ୟାକାଣ୍ଡ ଘଟାଇଥିବା ଏସପି କହିଛନ୍ତି।

ମୁଖ୍ୟ ଅଭିଯୁକ୍ତ ରଞ୍ଜନ ଦାସ କହିଛନ୍ତି ଯେ ତାଙ୍କ ଭଉଣୀ ସହିତ ସତ୍ୟନାରାୟଣର ସଂପର୍କ ଥିବା ସନ୍ଦେହରେ ସେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି।

Related story