ସାମ୍ବାଦିକଙ୍କୁ ମାଡ଼ ଘଟଣା: ଆଉ ଜଣେ ସେବାୟତ ଗିରଫ

ପୁରୀ: ନୀଳାଦ୍ରିବିଜେ ବେଳେ ରଥରେ ମହିଳାଭକ୍ତ ଚଢିଥିବା ଦୃଶ୍ୟ ଉତ୍ତୋଳନ କରୁଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ସେବାୟତମାନେ ଆକ୍ରମଣ ଘଟଣାରେ ଆଜି ଆଉ ଜଣେ ସେବାୟତଙ୍କୁ ଗିରଫ କରିଛି ସିଂହଦ୍ୱାର ଥାନା ପୋଲିସ୍‌। ତାଙ୍କ ନାଁ ମଧୁସୂଦନ ଖୁଣ୍ଟିଆ। ତାଙ୍କୁ ମିଶାଇ ନୀଳାଦ୍ରିବିଜେ ବିଶୃଙ୍ଖଳା ନେଇ ପୋଲିସ୍ ଏବେ ସୁଦ୍ଧା ମୋଟ ୯ ଜଣ ସେବାୟତଙ୍କୁ ଗିରଫ କରି ସାରିଲାଣି। ନୀଳାଦ୍ରିବିଜେ ବେଳେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଜଣେ ଯୁବତୀ ଚଢିଥିଲେ। ଏହାକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଏହି […]

arrest...

arrest...

Rakesh Mallick
  • Published: Monday, 25 July 2016
  • Updated: 25 July 2016, 02:43 PM IST

Sports

Latest News

ପୁରୀ: ନୀଳାଦ୍ରିବିଜେ ବେଳେ ରଥରେ ମହିଳାଭକ୍ତ ଚଢିଥିବା ଦୃଶ୍ୟ ଉତ୍ତୋଳନ କରୁଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ସେବାୟତମାନେ ଆକ୍ରମଣ ଘଟଣାରେ ଆଜି ଆଉ ଜଣେ ସେବାୟତଙ୍କୁ ଗିରଫ କରିଛି ସିଂହଦ୍ୱାର ଥାନା ପୋଲିସ୍‌। ତାଙ୍କ ନାଁ ମଧୁସୂଦନ ଖୁଣ୍ଟିଆ। ତାଙ୍କୁ ମିଶାଇ ନୀଳାଦ୍ରିବିଜେ ବିଶୃଙ୍ଖଳା ନେଇ ପୋଲିସ୍ ଏବେ ସୁଦ୍ଧା ମୋଟ ୯ ଜଣ ସେବାୟତଙ୍କୁ ଗିରଫ କରି ସାରିଲାଣି।

ନୀଳାଦ୍ରିବିଜେ ବେଳେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଜଣେ ଯୁବତୀ ଚଢିଥିଲେ। ଏହାକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଏହି ଘଟଣାର ଖବର ସଂଗ୍ରହ କରୁଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ସେବାୟତମାନେ ଠେଲାପେଲା କରିଥିଲେ। ଏହାକୁ ନେଇ କିଛି ସମୟ ସେଠାରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos