ସମ୍ବଲପୁର ବିଶ୍ୱବିଦ୍ୟାଳୟ ନାଁରେ ମିଳୁଛି ନକଲି ସାର୍ଟିଫିକେଟ, ଥାନାରେ ମାମଲା

ସମ୍ବଲପୁର: ସମ୍ୱଲପୁର ବିଶ୍ୱବିଦ୍ୟାଳୟ ନାଁରେ ନକଲି ସାର୍ଟିଫିକେଟ ପ୍ରଦାନ କରାଯାଉଛି । ଏପରି ଘଟଣା ପଦାକୁ ଆସିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ୟୁଜିସି ସାଇଟ୍ ସହ ଲିଙ୍କ ଥିବା ବିଶ୍ୱବିଦ୍ୟାଳୟର ଏକ ପୁରୁଣା ୱେବସାଇଟକୁ ହ୍ୟାକ୍ କରାଯାଇ ଏପରି ନକଲି ସାର୍ଟିଫଇକେଟ ପ୍ରସ୍ତୁତ କରାଯାଉଥିବା କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। […]

smb

smb

Rakesh Mallick
  • Published: Thursday, 05 November 2015
  • Updated: 05 November 2015, 12:42 PM IST

ସମ୍ବଲପୁର: ସମ୍ୱଲପୁର ବିଶ୍ୱବିଦ୍ୟାଳୟ ନାଁରେ ନକଲି ସାର୍ଟିଫିକେଟ ପ୍ରଦାନ କରାଯାଉଛି । ଏପରି ଘଟଣା ପଦାକୁ ଆସିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ୟୁଜିସି ସାଇଟ୍ ସହ ଲିଙ୍କ ଥିବା ବିଶ୍ୱବିଦ୍ୟାଳୟର ଏକ ପୁରୁଣା ୱେବସାଇଟକୁ ହ୍ୟାକ୍ କରାଯାଇ ଏପରି ନକଲି ସାର୍ଟିଫଇକେଟ ପ୍ରସ୍ତୁତ କରାଯାଉଥିବା କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ତେବେ ୱେବ ସାଇଟଟି ବିଶ୍ୱବିଦ୍ୟାଳୟର ଅଫିସିଆଲ ୱେବ ସାଇଟ ନୁହେଁ। ଅନ୍ ଲାଇନ ଜରିଆରେ ମାର୍କସିଟ କିମ୍ୱା ସାର୍ଟିଫିକେଟ ଦିଆଯିବାର କୌଣସି ବ୍ୟବସ୍ଥା ନାହିଁ। ତଦନ୍ତ ପରେ, ଘଟଣା ପଛର ପ୍ରକୃତ କାରଣ ଜଣାପଡିବ । ଏ ନେଇ ୟୁଜିସି କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିବା କୁଳପତି ତ୍ରିପାଠୀ କହିଛନ୍ତି।

ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି କୁଳପତିଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି, ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତକାଲି ଝାଡଖଣ୍ଡର ଦୁଇ ଜଣ ଲୋକ ଏ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଘଟଣା ପଦାକୁ ଆସିଥିଲା । ଝାଡଖଣ୍ଡ ଧାନବାଦର ଜିଆର ଏଜୁକେସନ ଟ୍ରେନିଂ ଆଣ୍ଡ ପ୍ଲେସମେଣ୍ଟ ନାମକ ଏକ ସଂସ୍ଥା ଏହି ଅଭିଯୋଗ ଆଣିଥିଲା। ବିଶ୍ୱବିଦ୍ୟାଳୟ ନାମରେ ବାହାର କରାଯାଇଥିବା ସାର୍ଟିଫିକେଟ ସଂସ୍ଥାର ହସ୍ତଗତ ହେବା ପରେ ସତ୍ୟାସତ୍ୟ ଯାଞ୍ଚ ଲାଗି ସେମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡିଥିଲେ । ତେବେ ଯାଞ୍ଚ ବେଳେ ଏହା ନକଲି ବୋଲି ଜଣାପଡିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos