ସମ୍ୱଲପୁର: ଜଗନ୍ନାଥ ଶ୍ରୀନିବାସ କିରୋସିନି ଡିପୋରେ ଭିଜିଲାନ୍ସ ଚଢାଉ

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା କ୍ଷେତରାଜପୁର ଅଞ୍ଚଳର ଜଗନ୍ନାଥ ଶ୍ରୀନିବାସ କିରୋସିନି ଡିପୋ ଉପରେ ଭିଜିଲାନ୍ସ ଚଢାଉ କରାଯାଇଛି। ଏହାସହ ଡିପୋରୁ ବିଭିନ୍ନ କାଗଜପତ୍ର ଜବତ କରାଯାଇଛି। ଏଥିରେ ବହୁ ଅନିୟମିତତା ହୋଇଥିବା ଜଣାପଡିଛି। ମହଜୁଦ କିରୋସିନି ଓ କାଗଜପତ୍ରରେ ମେଳ ଖାଉ ନ ଥିବା ଭିଜିଲାନ୍ସ ଅଧିକାରୀ କହିଛନ୍ତି। ଡିପୋ ଚଳାଉଥିବା ମାଲିକଙ୍କ ନାଁରେ ଲାଇସେନ୍ସ କିମ୍ୱା ପାୱାର ଅଫ ଆଟର୍ଣ୍ଣି ନ ଥିବା ଜଣାପଡିଛି। ଏ ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ଡିଏସପି ଗୀତାରାଣି ପଣ୍ଡା କହିଛନ୍ତି।