ସମ୍ୱଲପୁରରେ ଡବଲ୍ ମର୍ଡର୍, ଅଭିଯୁକ୍ତ ଗିରଫ

ସମ୍ୱଲପୁର: ସମ୍ୱଲପୁର ଜିଲ୍ଳା ରେଢ଼ାଖୋଲ ଖରସାଳି ଗାଁରେ ସୋମବାର ଡବଲ୍ ମର୍ଡର୍ ହୋଇଛି। ଦୁଇ ଜଣ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମହିଳା ଦୁଇଜଣ ହେଲେ ମମତା ବେହେରା ଓ ତାଙ୍କ ସାଙ୍ଗ ଦୁଃଖୀ ମୁଣ୍ଡା। ମମତାଙ୍କ ସ୍ୱାମୀ ଅଲେଖ ଷଣ୍ଢ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ପୋଲିସ୍ ଗିରଫ କରିଛି। ହତ୍ୟାକାଣ୍ଡ ଘଟାଇ ଅଲେଖ ଫେରାର ହୋଇଯାଇଥିଲେ। ତେବେ ପୋଲିସ୍ ତାଙ୍କୁ ଠାବ କରିବାରେ ସଫଳ ହୋଇଛି। ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ ଚଳାଇଛି।