ଚିଟଫଣ୍ଡ ଠକେଇ: ସମୃଦ୍ଧ ଜୀବନ ମୁଖ୍ୟ ମହେଶ ମୋତେବାରଙ୍କୁ ରିମାଣ୍ଡରେ ନେଲା ତାଳଚେର ପୋଲିସ

ଭୁବନେଶ୍ୱର: ବହୁ କୋଟି ଟଙ୍କା ଠକେଇ ମାମଲାରେ ସମୃଦ୍ଧ ଜୀବନ ମୁଖ୍ୟ ମହେଶ ମୋତେବାରକୁ ୧୪ଦିନିଆ ରିମାଣ୍ଡରେ ଆଣିଛି ତାଳଚେର ପୋଲିସ୍। ତାଳଚେର ପୋଲିସର ଏକ ଟିମ୍ ମହାରାଷ୍ଟ୍ରର ଉସମାନାବାଦ ଜେଲରୁ ମହେଶଙ୍କୁ ଓଡ଼ିଶା ଆଣିଛି। ସମୃଦ୍ଧ ଜୀବନ ଓଡ଼ିଶା ସମେତ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି। ମହେଶଙ୍କୁ ଆଣିବା ପାଇଁ ତାଳଚେର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ମହାରାଷ୍ଟ୍ର ଯାଇଥିଲା।