ସାରଥିଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଶେଷ, ରାୟ ସଂରକ୍ଷିତ

କଟକ: ସନ୍ତୋଷ ରାଉଳ ଓରଫ ସାରଥିଙ୍କର ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଶେଷ ହୋଇଛି। ପୂର୍ଣାଙ୍ଗ ଶୁଣାଣି ପରେ ଖଣ୍ଡପୀଠ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି। ସାରଥି ଘଟଣାରେ ବିବାଦୀୟ ଯୁବତୀଙ୍କ ପକ୍ଷରୁ କ୍ରାଇମବ୍ରାଞ୍ଜରେ ଦାୟର କରାଯାଇଥିବା କେସ ନଂ ୧୯/୨୦୧୫ରେ ଜାମିନ ପାଇଁ ଏହି ଆବେଦନ କରାଯାଇଥିଲା। ସାରଥିଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି ଯେ ସମ୍ପୃକ୍ତ ଯୁବତୀ ପ୍ରଥମେ ମଙ୍ଗଳାବାଗ ଥାନାକୁ ପଠାଇଥିବା ଏତଲା ଏବଂ ପରବର୍ତ୍ତୀ ସମୟରେ ନିଜେ ଦାୟର କରିଥିବା ଏତଲାରେ ସାରଥିଙ୍କ […]

sarathee

Rakesh Mallick
  • Published: Thursday, 11 February 2016
  • , Updated: 11 February 2016, 04:28 PM IST

କଟକ: ସନ୍ତୋଷ ରାଉଳ ଓରଫ ସାରଥିଙ୍କର ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଶେଷ ହୋଇଛି। ପୂର୍ଣାଙ୍ଗ ଶୁଣାଣି ପରେ ଖଣ୍ଡପୀଠ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି। ସାରଥି ଘଟଣାରେ ବିବାଦୀୟ ଯୁବତୀଙ୍କ ପକ୍ଷରୁ କ୍ରାଇମବ୍ରାଞ୍ଜରେ ଦାୟର କରାଯାଇଥିବା କେସ ନଂ ୧୯/୨୦୧୫ରେ ଜାମିନ ପାଇଁ ଏହି ଆବେଦନ କରାଯାଇଥିଲା।

ସାରଥିଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି ଯେ ସମ୍ପୃକ୍ତ ଯୁବତୀ ପ୍ରଥମେ ମଙ୍ଗଳାବାଗ ଥାନାକୁ ପଠାଇଥିବା ଏତଲା ଏବଂ ପରବର୍ତ୍ତୀ ସମୟରେ ନିଜେ ଦାୟର କରିଥିବା ଏତଲାରେ ସାରଥିଙ୍କ ବିରୋଧରେ ସ୍ପଷ୍ଟ ଅଭିଯୋଗ କରିନାହାନ୍ତି। ତେବେ ପରେ ଚାପର ବଶବର୍ତ୍ତୀ ହୋଇ ସେ କ୍ରାଇମବ୍ରାଞ୍ଚରେ ଏହି ଏତଲା ଦାୟର କରିଥିଲେ। ବିଭିନ୍ନ ସମୟରେ ନିଜର ପକ୍ଷ ପରିବର୍ତ୍ତନ କରୁଥିବା ଅଭିଯୋଗକାରୀଙ୍କ ଅଭିଯୋଗକୁ ଗ୍ରହଣ କରିବା ସହଜ ନୁହେଁ। ଏହା ଛଡ଼ା ମାମଲାରେ କ୍ରାଇମବ୍ରାଞ୍ଜ ପକ୍ଷରୁ ଚାର୍ଜସିଟ୍ ଦାଖଲ ହୋଇସାରିଛି ତେଣୁ ତାଙ୍କୁ ଜାମିନ ଦେବାରେ କୌଣସି ଅସୁବିଧା ନାହିଁ ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ।

ଅନ୍ୟପକ୍ଷରେ ସାରଥୀ ଅଭିଯୋଗକାରୀଣିଙ୍କୁ ସମ୍ମୋହିତ କରିଥିବା ନେଇ ଅଭିଯୋଗ ହୋଇଛି। ତେଣୁ ତାଙ୍କୁ ଜାମିନ ଦିଆଗଲେ ସେ ଏତଲାକାରୀ ଏବଂ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ବୋଲି ସରକାରଙ୍କ ପକ୍ଷରୁ ପାଲଟା ଯୁକ୍ତି ଦର୍ଶାଯାଇଛି।

Related story