ସାରଥି ମାମଲା: ସତ୍ୟମଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

କଟକ: ଜାମିନ୍ ପାଇଲେ ସନ୍ତୋଷ ରାଉଳ ଓରଫ୍ ସାରଥୀଙ୍କ ପାଳିତ ପୁଅ ସତ୍ୟମ୍। ସର୍ତ୍ତମୂଳକ ଭାବେ ତାଙ୍କୁ ଜାମିନ୍ ଦେଇଛନ୍ତି ହାଇକୋର୍ଟ। ତଦନ୍ତ ଅଧିକାରୀଙ୍କ ନିକଟରେ ପ୍ରତି ୧୫ ଦିନରେ ଥରେ ହାଜର ହେବା ସହ କୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ନଯିବା ପାଇଁ କୋର୍ଟ କହଛନ୍ତି। ଔପଚାରିକତା ପୂରଣ ପରେ ସତ୍ୟମ ଆସନ୍ତାକାଲି ଜେଲ୍ରୁ ମୁକୁଳିବାର ସମ୍ଭାବନା ରହିଛି। ଗତ ଅଗଷ୍ଟ ୨୦ ତାରିଖରେ ସତ୍ୟମଙ୍କୁ ମୁମ୍ୱାଇରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। କାଗଜପତ୍ର ଜାଲିଆତି […]

satyama1-

satyama1-

Rakesh Mallick
  • Published: Wednesday, 02 December 2015
  • Updated: 02 December 2015, 05:09 PM IST

Sports

Latest News

କଟକ: ଜାମିନ୍ ପାଇଲେ ସନ୍ତୋଷ ରାଉଳ ଓରଫ୍ ସାରଥୀଙ୍କ ପାଳିତ ପୁଅ ସତ୍ୟମ୍। ସର୍ତ୍ତମୂଳକ ଭାବେ ତାଙ୍କୁ ଜାମିନ୍ ଦେଇଛନ୍ତି ହାଇକୋର୍ଟ। ତଦନ୍ତ ଅଧିକାରୀଙ୍କ ନିକଟରେ ପ୍ରତି ୧୫ ଦିନରେ ଥରେ ହାଜର ହେବା ସହ କୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ନଯିବା ପାଇଁ କୋର୍ଟ କହଛନ୍ତି। ଔପଚାରିକତା ପୂରଣ ପରେ ସତ୍ୟମ ଆସନ୍ତାକାଲି ଜେଲ୍ରୁ ମୁକୁଳିବାର ସମ୍ଭାବନା ରହିଛି। ଗତ ଅଗଷ୍ଟ ୨୦ ତାରିଖରେ ସତ୍ୟମଙ୍କୁ ମୁମ୍ୱାଇରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। କାଗଜପତ୍ର ଜାଲିଆତି କରି ମୂଲ୍ୟବାନ ସମ୍ପତ୍ତିକୁ କମ୍ ମୂଲ୍ୟରେ କିଣିବା, ସତ୍ୟମ୍ ଚାରିଟେବୁଲ ଟ୍ରଷ୍ଟର ଆର୍ଥିକ ଅନିୟମିତତା, କୈଳାସ ମଲ୍ଲିକ ନାମକ ଜଣେ ଏତଲାକାରୀଙ୍କୁ ଆକ୍ରମଣ ସହ ତାଙ୍କ ଠାରୁ ମୋବାଇଲ୍ ଛଡାଇ ନେବା ଭଳି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ସତ୍ୟମ୍ ଚାରିଟେବୁଲ୍ ଟ୍ରଷ୍ଟ୍ ଗଠନ ସମୟରେ ତାଙ୍କ ବୟସ ମାତ୍ର ୮ବର୍ଷ ହୋଇଥିବାରୁ ଏହାର ଆର୍ଥିକ କାରବାରରେ ତାଙ୍କର କୌଣସି ଭୂମିକା ନଥିବା ସତ୍ୟମଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ। ପୂର୍ବରୁ ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହୋଇଯିବା ପରେ ସତ୍ୟମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos