ସାରଥି ମାମଲା: ସତ୍ୟମଙ୍କ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ

କଟକ: ସାରଥିଙ୍କ ପାଳିତ ପୁଅ ସତ୍ୟମଙ୍କ ସହଯୋଗୀ କୁହାଯାଉଥିବା ତିନି ଅଭିଯୁକ୍ତଙ୍କର ଜାମିନ ଆବେଦନକୁ ଆଜି କଟକ ଏସଡିଜେଏମ କୋର୍ଟ ଖାରଜ କରି ଦେଇଛନ୍ତି। ସେମାନେ ହେଲେ ପିଲାସ୍କି ସ୍ୱାଇଁ, ବିଶ୍ୱଜିତ ପଟ୍ଟନାୟକ ଏବଂ ହରିସଚନ୍ଦ୍ର ଦାସ। ସତ୍ୟମଙ୍କୁ ଫେରାର ହେବାରେ ସାହାଯ୍ୟ କରିବା ଓ ଚୋରି ଜିନିଷ ରଖିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଏହି ତିନି ଜଣଙ୍କୁ ଗତ ମାସ ୩୦ତାରିଖରେ ଗରିଫ କରିଥିଲା। ଅଭିଯୁକ୍ତମାନେ ସତ୍ୟମଙ୍କୁ ସାହାଯ୍ୟ କରିବା ଲାଗି ତାଙ୍କ ଠାରୁ ୨୦ଲକ୍ଷ ଟଙ୍କା […]

satyama

Rakesh Mallick
  • Published: Monday, 07 September 2015
  • , Updated: 07 September 2015, 01:29 PM IST

କଟକ: ସାରଥିଙ୍କ ପାଳିତ ପୁଅ ସତ୍ୟମଙ୍କ ସହଯୋଗୀ କୁହାଯାଉଥିବା ତିନି ଅଭିଯୁକ୍ତଙ୍କର ଜାମିନ ଆବେଦନକୁ ଆଜି କଟକ ଏସଡିଜେଏମ କୋର୍ଟ ଖାରଜ କରି ଦେଇଛନ୍ତି। ସେମାନେ ହେଲେ ପିଲାସ୍କି ସ୍ୱାଇଁ, ବିଶ୍ୱଜିତ ପଟ୍ଟନାୟକ ଏବଂ ହରିସଚନ୍ଦ୍ର ଦାସ। ସତ୍ୟମଙ୍କୁ ଫେରାର ହେବାରେ ସାହାଯ୍ୟ କରିବା ଓ ଚୋରି ଜିନିଷ ରଖିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଏହି ତିନି ଜଣଙ୍କୁ ଗତ ମାସ ୩୦ତାରିଖରେ ଗରିଫ କରିଥିଲା।

ଅଭିଯୁକ୍ତମାନେ ସତ୍ୟମଙ୍କୁ ସାହାଯ୍ୟ କରିବା ଲାଗି ତାଙ୍କ ଠାରୁ ୨୦ଲକ୍ଷ ଟଙ୍କା ନେଇଥିବା ବେଳେ ସେଥିରୁ ୧୬ ଲକ୍ଷ ୯୫ ହଜାର ଟଙ୍କା ସେମାନଙ୍କ ନିକଟରୁ କ୍ରାଇମବ୍ରାଞ୍ଚ ଜବତ କରିଥିଲା।

ଅନ୍ୟପଟେ ହାଇକୋର୍ଟରେ ଚାଲିଥିବା ସତ୍ୟମଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୨ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କେସ୍ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ସମୟ ମାଗିବାରୁ ଏହି ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ସାରଥି ଏବଂ ତାଙ୍କ ପୁଅ ସତ୍ୟମଙ୍କୁ ଜେଲର ଗୋଟିଏ ସେଲରେ ରଖିବାକୁ ନେଇ ହୋଇଥିବା ଆବେଦନର ଶୁଣାଣି କଟକ ଏସଡିଜେଏମଙ୍କ ନିକଟରେ ଶେଷ ହୋଇଛି। ଆସନ୍ତାକାଲି ଏହି ମାମାଲାରେ ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି।

Related story