ବିଦେଶିନୀ ସେକ୍ସ ରାକେଟ୍ ମାମଲା: ଫ୍ଲାଟ୍ ମାଲିକ ସ୍ୱରୂପ ମହାନ୍ତିଙ୍କ ବୟାନ ରେକର୍ଡ

ଭୁବନେଶ୍ୱର: ଭୁବନେଶ୍ୱରରେ ବିଦେଶିନୀଙ୍କୁ ନେଇ ସେକ୍ସ ରାକେଟ୍ ମାମଲାରେ ରବିବାର ଶ୍ରୀବିହାର ଅଞ୍ଚଳର ଫ୍ଲାଟ୍ ମାଲିକ ସ୍ୱରୂପ ମହାନ୍ତିଙ୍କ ବୟାନ ରେକର୍ଡ କରିଛି କମିଶନରେଟ୍ ପୋଲିସ୍। ଘର ଭଡ଼ାକୁ ନେଇ କୌଣସି ଏଗ୍ରିମେଣ୍ଟ୍ ହୋଇ ନ ଥିବା ସ୍ୱରୂପ କହିଛନ୍ତି। ଏହାସହ ବିଦେଶିନୀ ଜଣକ କେବଳ ଆସବାବପତ୍ର ରଖିବା ପାଇଁ ଘର ଭଡ଼ା ନେଇଥିବା ସେ କହିଛନ୍ତି। ଏହି ଘଟଣାରେ ପୋଲିସ୍ ଫ୍ଲାଟ୍ ମାଲିକଙ୍କ ବୟାନ୍ ରେକର୍ଡ ପାଇଁ ନୋଟିସ୍‌ ଜାରି କରିଥିଲା। ଅନ୍ୟପକ୍ଷରେ ଧରାପଡ଼ିଥିବା କିର୍ଗିଜସ୍ତାନ […]

russia-girl

russia-girl

Rakesh Mallick
  • Published: Sunday, 27 March 2016
  • Updated: 27 March 2016, 09:32 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରେ ବିଦେଶିନୀଙ୍କୁ ନେଇ ସେକ୍ସ ରାକେଟ୍ ମାମଲାରେ ରବିବାର ଶ୍ରୀବିହାର ଅଞ୍ଚଳର ଫ୍ଲାଟ୍ ମାଲିକ ସ୍ୱରୂପ ମହାନ୍ତିଙ୍କ ବୟାନ ରେକର୍ଡ କରିଛି କମିଶନରେଟ୍ ପୋଲିସ୍। ଘର ଭଡ଼ାକୁ ନେଇ କୌଣସି ଏଗ୍ରିମେଣ୍ଟ୍ ହୋଇ ନ ଥିବା ସ୍ୱରୂପ କହିଛନ୍ତି। ଏହାସହ ବିଦେଶିନୀ ଜଣକ କେବଳ ଆସବାବପତ୍ର ରଖିବା ପାଇଁ ଘର ଭଡ଼ା ନେଇଥିବା ସେ କହିଛନ୍ତି।

ଏହି ଘଟଣାରେ ପୋଲିସ୍ ଫ୍ଲାଟ୍ ମାଲିକଙ୍କ ବୟାନ୍ ରେକର୍ଡ ପାଇଁ ନୋଟିସ୍‌ ଜାରି କରିଥିଲା।

ଅନ୍ୟପକ୍ଷରେ ଧରାପଡ଼ିଥିବା କିର୍ଗିଜସ୍ତାନ ଯୁବତୀ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଆଜି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଯୁବତୀ ଜଣଙ୍କ ପର୍ଯ୍ୟଟକ ଭିସାରେ ଗତ ଫେବୃୟାରୀ ମାସରୁ ଭାରତକୁ ଆସିଛନ୍ତି। ଏପ୍ରିଲ୍‌ ମାସ ପର୍ଯ୍ୟନ୍ତ ତାଙ୍କ ଭିସା ଅବଧି ରହିଛି। ବୁଧବାର ତାଙ୍କୁ ଧରା ଯାଇଥିଲା। ତା’ର ଗୋଟିଏ ଦିନ ପୂର୍ବରୁ ସେ ଓଡ଼ିଶା ଆସିଥିଲେ।

ସୁନୀଲ ମେହର ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।

ଯୁବତୀ ଜଣଙ୍କ ସହ ଗିରଫ ହୋଇଥିବା ଯୁବକ ସୋମେଶ ପଣ୍ଡାକୁ କୋର୍ଟ ଚାଲାଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos