କଟକ: ଯୁବତୀ ଚାଲାଣ କରୁଥିବା ଆନ୍ତଃରାଜ୍ୟ ରାକେଟର ମୁଖ୍ୟଙ୍କ ସମେତ ୬ ଗିରଫ

କଟକ: ଓଡ଼ିଶା ବାହାରକୁ ଯୁବତୀ ଚାଲାଣ କରୁଥିବା ଅଭିଯୋଗରେ ଏକ ଆନ୍ତଃରାଜ୍ୟ ରାକେଟର ୬ ସଦସ୍ୟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍। ରାକେଟର ମୁଖ୍ୟ ଜଗବନ୍ଧୁ ସାହାଣୀ ସମେତ ଦୁଇ ଜଣ ମହିଳା ଓ ଜଣେ ନାବାଳକକୁ ଗିରଫ କରାଯାଇଛି। ଜଗବନ୍ଧୁର ଘର କନ୍ଧମାଳ ଜିଲ୍ଲାରେ। ଏମାନେ କନ୍ଧମାଳ ଓ ଏହାର ଆଖପାଖ ଅଞ୍ଚଳରୁ ଯୁବତୀମାନଙ୍କୁ ଦିଲ୍ଲୀ, ହରିଆଣା ଓ ଗୁଡ଼ଗାଁଓକୁ ଚାଲାଣ କରୁଥିଲେ। ଏମାନଙ୍କ ଜାଲରୁ ଖସି ଆସିଥିବା ଜଣେ ଯୁବତୀ ଇଣ୍ଟିଗ୍ରେଟେଡ୍ ଆଣ୍ଟି […]

sex-racket

Rakesh Mallick
  • Published: Wednesday, 02 March 2016
  • , Updated: 02 March 2016, 02:54 PM IST

କଟକ: ଓଡ଼ିଶା ବାହାରକୁ ଯୁବତୀ ଚାଲାଣ କରୁଥିବା ଅଭିଯୋଗରେ ଏକ ଆନ୍ତଃରାଜ୍ୟ ରାକେଟର ୬ ସଦସ୍ୟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍। ରାକେଟର ମୁଖ୍ୟ ଜଗବନ୍ଧୁ ସାହାଣୀ ସମେତ ଦୁଇ ଜଣ ମହିଳା ଓ ଜଣେ ନାବାଳକକୁ ଗିରଫ କରାଯାଇଛି। ଜଗବନ୍ଧୁର ଘର କନ୍ଧମାଳ ଜିଲ୍ଲାରେ। ଏମାନେ କନ୍ଧମାଳ ଓ ଏହାର ଆଖପାଖ ଅଞ୍ଚଳରୁ ଯୁବତୀମାନଙ୍କୁ ଦିଲ୍ଲୀ, ହରିଆଣା ଓ ଗୁଡ଼ଗାଁଓକୁ ଚାଲାଣ କରୁଥିଲେ। ଏମାନଙ୍କ ଜାଲରୁ ଖସି ଆସିଥିବା ଜଣେ ଯୁବତୀ ଇଣ୍ଟିଗ୍ରେଟେଡ୍ ଆଣ୍ଟି ଟ୍ରାଫିକିଂ ୟୁନିଟ୍‌ରେ ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଏହି ରାକେଟର କିଛି ସଦସ୍ୟ ରାଜ୍ୟ ବାହାରେ ମଧ୍ୟ ସକ୍ରିୟ ଥିବା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି।

Related story