ସିଙ୍ଗିରି ପଞ୍ଚାୟତ ସରପଞ୍ଚ ହତ୍ୟାକାଣ୍ଡ: ଅଭିଯୁକ୍ତ କ୍ଷୀରୋଦର ଜାମିନ୍ ଆବେଦନ ଖାରଜ   

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତ ସରପଞ୍ଚ ଚିତ୍ରସେନ ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କ୍ଷୀରୋଦ ଦାସକୁ କ୍ରାଇମବ୍ରାଞ୍ଚ ଆଜି ଆଳି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା। ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ତାଙ୍କୁ ୧୩ ଦିନ ପାଇଁ ରିମାଣ୍ଡରେ ନେବାକୁ କ୍ରାଇମ୍‌ବ୍ରାଞ୍ଚ ଆବେଦନ କରିଛି। ତାଙ୍କୁ ଗତକାଲି କୋଲକାତାରେ ଗିରଫ କରାଯାଇଥିଲା। ଗତ ବର୍ଷ ଜୁନ୍ ୮ ତାରିଖରେ ଚିତ୍ରସେନଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।  […]

sarpanch

Rakesh Mallick
  • Published: Monday, 09 January 2017
  • , Updated: 09 January 2017, 10:46 PM IST

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତ ସରପଞ୍ଚ ଚିତ୍ରସେନ ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କ୍ଷୀରୋଦ ଦାସକୁ କ୍ରାଇମବ୍ରାଞ୍ଚ ଆଜି ଆଳି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା। ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ତାଙ୍କୁ ୧୩ ଦିନ ପାଇଁ ରିମାଣ୍ଡରେ ନେବାକୁ କ୍ରାଇମ୍‌ବ୍ରାଞ୍ଚ ଆବେଦନ କରିଛି। ତାଙ୍କୁ ଗତକାଲି କୋଲକାତାରେ ଗିରଫ କରାଯାଇଥିଲା।

ଗତ ବର୍ଷ ଜୁନ୍ ୮ ତାରିଖରେ ଚିତ୍ରସେନଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।  ସେଦିନ ସକାଳ ପ୍ରାୟ ୬ଟା ବେଳେ ଚିତ୍ରସେନ ବାଇକରେ ଆଳି ଅଭିମୁଖେ ଆସୁଥିବା ସମୟରେ ଚଣ୍ଡିଆଗଣ୍ଡି ନିକଟରେ ଅଭିଯୁକ୍ତମାନେ ତାଙ୍କୁ ପିଛା କରିଥିଲେ।  ଚିତ୍ରସେନ ଗାଡ଼ି ରଖି ଦୌଡି ପଳାଇ ଯାଉଥିବା ସମୟରେ ସେମାନେ ତାଙ୍କୁ ଧରି ନିସ୍ତୁକ ମାଡ ମାରିଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

ଏ ଘଟଣାରେ ଚିତ୍ରସେନଙ୍କ ପରିବାର ଲୋକେ ୭ ଜଣଙ୍କ ନାଁରେ ଏତଲା ଦେଇଥିଲେ।

Related story