ଭୁବନେଶ୍ୱର: ସ୍କିଲ୍ ଇଣ୍ଡିଆ ନାଁରେ ସ୍ଥାୟୀ ଚାକିରିର ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ସଂସ୍ଥାର ନିର୍ଦ୍ଦେଶକ ଗୌତମ ବୁଦ୍ଧଙ୍କୁ ଅଟକ ରଖିଛି। ଏଥିସହ କାର୍ଯ୍ୟାଳୟକୁ ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଜବତ କରିଛି।
ଭୁବନେଶ୍ୱର କଳିଙ୍ଗନଗରରେ ଥିବା ଟେକ୍ନୋଲଜିକାଲ୍ ଇନ୍ଭେନସନ୍ ମ୍ୟାନେଜମେଣ୍ଟ ନାଁରେ ଏକ ସଂସ୍ଥା କରି ସ୍କିଲ ଇଣ୍ଡିଆ ଯୋଜନାରେ ବେକାର ଯୁବକଙ୍କୁ ସ୍ଥାୟୀ ଚାକିରିର ଲୋଭ ଦେଖାଇ କୋଟି କୋଟି ଟଙ୍କା ଆଦାୟ କରିଥିଲା।।ସଂସ୍ଥାର ରାଜ୍ୟର ୩୧୪ ବ୍ଳକର ବିଭିନ୍ନ ପଦବୀରେ ନିଯୁକ୍ତି ଦେଇଥିଲେ ବି ଦରମା ଦେଉ ନ ଥିଲା।
ଗତକାଲି ଭୁବନେଶ୍ୱରରେ ଥିବା ମୁଖ୍ୟ କାର୍ଯ୍ୟାଳୟ ବନ୍ଦ ଥିବା ଦେଖି ସ୍ଥାନୀୟ କର୍ମଚାରୀ ଥାନାରେ ଅଭିଯୋଗ କରିଥିଲେ। ଭୁବନେଶ୍ୱର କାର୍ଯ୍ୟାଳୟରେ ଅବସ୍ଥାପିତ ୯୬ କର୍ମଚାରୀଙ୍କଠାରୁ ସଂସ୍ଥାର ନିର୍ଦ୍ଦେଶକ ୪ କୋଟି ୮୦ ଲକ୍ଷ ଟଙ୍କା ନେଇଥିବା ସେମାନେ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।