ଏସ୍‌ସିଏସ୍‌ଟି ପିଲାଙ୍କୁ ଟ୍ରେନିଂ ନାଁରେ ଠକେଇ: ଆଇପିଏସ୍‌ ଅଧିକାରୀ ଜୟଦୀପ ନାୟକଙ୍କୁ ନିଲମ୍ବିତ କଲେ ତ୍ରିପୁରା ସରକାର

ଭୁବନେଶ୍ୱର: ଏସ୍‌ସିଏସ୍‌ଟି ପିଲାଙ୍କୁ ଟ୍ରେନିଂ ଦେବା ନାଁରେ ୮୮ ଲକ୍ଷ ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଜୟଦୀପ ନାୟକଙ୍କୁ ତ୍ରିପୁରା ସରକାର ନିଲମ୍ବିତ କରିଛନ୍ତି। ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ଚାଲିଥିବା ତଦନ୍ତକୁ ନେଇ ତ୍ରିପୁରା ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏସ୍‌ସିଏସ୍‌ଟି ପିଲାଙ୍କ ପାଇଁ ଉଦ୍ଦିଷ୍ଟ କମ୍ପ୍ୟୁଟର କିଣାକୁ ନେଇ ୮୮ ଲକ୍ଷ ଟଙ୍କା ଠକେଇ ମାମଲାରେ ଭିଜିଲାନ୍ସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। […]

jaydeep-nayak-ips

jaydeep-nayak-ips

Rakesh Mallick
  • Published: Friday, 08 July 2016
  • Updated: 23 July 2016, 01:59 PM IST

Sports

Latest News

ଭୁବନେଶ୍ୱର: ଏସ୍‌ସିଏସ୍‌ଟି ପିଲାଙ୍କୁ ଟ୍ରେନିଂ ଦେବା ନାଁରେ ୮୮ ଲକ୍ଷ ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଜୟଦୀପ ନାୟକଙ୍କୁ ତ୍ରିପୁରା ସରକାର ନିଲମ୍ବିତ କରିଛନ୍ତି। ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ଚାଲିଥିବା ତଦନ୍ତକୁ ନେଇ ତ୍ରିପୁରା ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏସ୍‌ସିଏସ୍‌ଟି ପିଲାଙ୍କ ପାଇଁ ଉଦ୍ଦିଷ୍ଟ କମ୍ପ୍ୟୁଟର କିଣାକୁ ନେଇ ୮୮ ଲକ୍ଷ ଟଙ୍କା ଠକେଇ ମାମଲାରେ ଭିଜିଲାନ୍ସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ତାଙ୍କୁ ଧରିବା ପାଇଁ ଅଭିଯାନ ବି ଆରମ୍ଭ କରିଛି। ଏ ସଂପର୍କରେ ତ୍ରିପୁରା ସରକାର ଅବଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଜୁନ୍‌ମାସରୁ ସେ ସରକାରଙ୍କୁ ନ ଜଣାଇ କୁଆଡେ ରହସ୍ୟମୟ ଭାବେ ନିଖୋଜ ହୋଇଯାଇଥିଲେ। ତାଙ୍କ ଅନୁପସ୍ଥିତିରେ ତାଙ୍କୁ ତ୍ରିପୁରା ସରକାରଙ୍କ ସଂସ୍ଥା ସିପ୍ରାଡ୍‌ର ଓଏସ୍‌ଡି ଭାବେ ନିୟୁକ୍ତି ଦିଆଯାଇଥିଲା। କିନ୍ତୁ ପରେ ସରକାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥିର କରିଥିଲେ ବୋଲି ତ୍ରିପୁରା ସରକାରୀ ସୂତ୍ରରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos