ସୁନ୍ଦରଗଡ଼: ବେଆଇନ ତମାଖୁ ବିକ୍ରି କରୁଥିବା ଦୋକାନରେ ଚଢାଉ, ୨ କ୍ୱିଣ୍ଟାଲ୍ ତମାଖୁ ଜାତୀୟ ଦ୍ରବ୍ୟ ଜବତ

ସୁନ୍ଦରଗଡ଼: ସୁନ୍ଦରଗଡ ସହରରେ ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଗୁଡ଼ିକ ଉପରେ ଫୁଡ୍ ସେଫଟି ଅଫିସର ଓ ପୋଲିସର ଏକ ଟିମ୍ ମିଳିତ ଚଢାଉ କରିଥିଲା। ବସଷ୍ଟାଣ୍ଡ, ସୁପର ମାର୍କେଟ, ଟାଉନ ଓ କଚେରୀ ରୋଡ଼ ସ୍ଥିତ ବହୁ ପାନ ଦୋକାନ, ହୋଲସେଲ ଷ୍ଟୋରଗୁଡ଼ିକରେ ଏହି ଚଢାଉ କରାଯାଇଥିଲା। ପାଖାପାଖି ୨ କ୍ୱିଣ୍ଟାଲ ତମାଖୁ ଜାତୀୟ ଦ୍ରବ୍ୟ ଜବତ କରାଯିବା ସହିତ ଦୋକାନୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା। ଏହି ଚଢାଉରେ ଫୁଡ୍ ସେଫଟି ଅଫିସର ସୁରେଶ ମହାପାତ୍ରଙ୍କ ସହିତ ସଦର ଏସଡିପିଓ ପ୍ରଶାନ୍ତ ମହାନ୍ତ, ଟାଉନ ଥାନା ଅଧିକାରୀ ପ୍ରଦୀପ ଜେନା ଓ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।