ଋଣ କରାଇ ଦେବାକୁ କହି ଟଙ୍କା ହଡ଼ପ:  ଅସିତକୁ ୪ ଦିନ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ୍

ଭୁବନେଶ୍ୱର: ଋଣ କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଜଣେ ବ୍ୟକ୍ତିକୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ତା ନାଁ ଅସିତ ସ୍ୱାଇଁ। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରୁ ଅସିତ୍ ପ୍ରାୟ ୯୦ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ରହିଛି। କୋର୍ଟରେ ଆତ୍ମ ସମର୍ପଣ ପରେ ଅସିତ୍ର ଜାମିନ ନାମଞ୍ଜୁର ହେବାରୁ ତାକୁ ୪ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ।