ଟ୍ରେଷ୍ଟି ଇଣ୍ଡିଆ ସିକ୍ୟୁରିଟିଜ୍ ଚିଟଫଣ୍ଡ ଠକେଇ: ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ହରିଅର୍ଜୁନ ଗିରଫ

କଟକ: ଟ୍ରେଷ୍ଟି ଇଣ୍ଡିଆ ସିକ୍ୟୁରିଟିଜ୍ ଚିଟଫଣ୍ଡ ଠକେଇ ମାମଲାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା ଉକ୍ତ ସଂସ୍ଥାର ଆଉ ଜଣେ ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ତାଙ୍କ ନାଁ ହେଲା ହରିଅର୍ଜୁନ ପଣ୍ଡା। ତାଙ୍କୁ ଭଦ୍ରକରୁ ଗିରଫ କରାଯାଇଛି। ପୂର୍ବରୁ ଗିରଫ ସଂସ୍ଥାର ଏମଡିଙ୍କ ବୟାନକୁ ଆଧାର କରି ହରିଅର୍ଜୁନଙ୍କୁ ଗିରଫ କରାଯାଇଛି। ଏହା ସହିତ କ୍ରାଇମବ୍ରାଞ୍ଚ ୪ଟି ସ୍ଥାନରେ ଚଢାଉ କରି ୨ଟି କାର ମଧ୍ୟ ଜବତ କରିଛି। ଶନିବାର ଟେଷ୍ଟ୍ରି ଇଣ୍ଡିଆ ସିକ୍ୟୁରିଟିଜ୍ ଲିମିଟେଡର […]

chit_fund-1

chit_fund-1

Rakesh Mallick
  • Published: Tuesday, 17 November 2015
  • Updated: 27 November 2015, 07:52 AM IST

Sports

Latest News

କଟକ: ଟ୍ରେଷ୍ଟି ଇଣ୍ଡିଆ ସିକ୍ୟୁରିଟିଜ୍ ଚିଟଫଣ୍ଡ ଠକେଇ ମାମଲାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା ଉକ୍ତ ସଂସ୍ଥାର ଆଉ ଜଣେ ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ତାଙ୍କ ନାଁ ହେଲା ହରିଅର୍ଜୁନ ପଣ୍ଡା। ତାଙ୍କୁ ଭଦ୍ରକରୁ ଗିରଫ କରାଯାଇଛି। ପୂର୍ବରୁ ଗିରଫ ସଂସ୍ଥାର ଏମଡିଙ୍କ ବୟାନକୁ ଆଧାର କରି ହରିଅର୍ଜୁନଙ୍କୁ ଗିରଫ କରାଯାଇଛି। ଏହା ସହିତ କ୍ରାଇମବ୍ରାଞ୍ଚ ୪ଟି ସ୍ଥାନରେ ଚଢାଉ କରି ୨ଟି କାର ମଧ୍ୟ ଜବତ କରିଛି।

ଶନିବାର ଟେଷ୍ଟ୍ରି ଇଣ୍ଡିଆ ସିକ୍ୟୁରିଟିଜ୍ ଲିମିଟେଡର ଏମଡି ଦୟାନିଧି ମହାପାତ୍ରଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ତାଙ୍କୁ ମହାରାଷ୍ଟ୍ରର ନାସିକରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ୬ ମାସ ଧରି ଦୟାନିଧି ଫେରାର ଥିଲେ।

ଟେଷ୍ଟ୍ରି ଇଣ୍ଡିଆ ସିକ୍ୟୁରିଟିଜ୍ ଲିମିଟେଡ୍ ଓଡ଼ିଶାରୁ ୧୦କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଧିକ ସୁଧର ଲୋଭ ଦେଖାଇ କମ୍ପାନୀ ମୁଖ୍ୟତଃ ବାଲେଶ୍ୱର, ଭଦ୍ରକ, ସୋର ଓ ବେତନଟୀରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos