ପାଇକମାଳ ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତ୍ତି ଠୁଅ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ର ଏକ ଟିମ୍‌ ପାଇକମାଳ ତହସିଲଦାର ଜାନକିନାଥ ମିଶ୍ରଙ୍କ ଭଡ଼ା ଘରେ ଚଢ଼ାଉ କରିଛି। ଏହାଛଡ଼ା ତାଙ୍କ ଅଫିସ୍‌, ଭୁବନେଶ୍ୱର ୟୁନିଟ୍‌ ୨ ସରକାରୀ ବାସଭବନ, ବଡ଼ଚଣାସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ଜାନକୀନାଥଙ୍କ ନାମରେ ଥିବା ଏକାଧିକ ଆକାଉଣ୍ଟରୁ ୮୬ ଲକ୍ଷ ଟଙ୍କାର ଡିପୋଜିଟ୍‌, ସରକାରୀ କ୍ୱର୍ଟର୍ସରୁ ନଗଦ ଅଢ଼େଇ ଲକ୍ଷ ଟଙ୍କା, ୧୧୦ ଗ୍ରାମ ସୁନା ଓ ୨୨୦ ଗ୍ରାମ ରୁପା ଜବତ […]

bbsr

bbsr

Rakesh Mallick
  • Published: Friday, 09 September 2016
  • Updated: 09 September 2016, 08:34 PM IST

Sports

Latest News

bbsrଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତ୍ତି ଠୁଅ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ର ଏକ ଟିମ୍‌ ପାଇକମାଳ ତହସିଲଦାର ଜାନକିନାଥ ମିଶ୍ରଙ୍କ ଭଡ଼ା ଘରେ ଚଢ଼ାଉ କରିଛି। ଏହାଛଡ଼ା ତାଙ୍କ ଅଫିସ୍‌, ଭୁବନେଶ୍ୱର ୟୁନିଟ୍‌ ୨ ସରକାରୀ ବାସଭବନ, ବଡ଼ଚଣାସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଇଛି।

ଜାନକୀନାଥଙ୍କ ନାମରେ ଥିବା ଏକାଧିକ ଆକାଉଣ୍ଟରୁ ୮୬ ଲକ୍ଷ ଟଙ୍କାର ଡିପୋଜିଟ୍‌, ସରକାରୀ କ୍ୱର୍ଟର୍ସରୁ ନଗଦ ଅଢ଼େଇ ଲକ୍ଷ ଟଙ୍କା, ୧୧୦ ଗ୍ରାମ ସୁନା ଓ ୨୨୦ ଗ୍ରାମ ରୁପା ଜବତ କରିଛି। ଏହାଛଡ଼ା ଖଣ୍ଡଗିରିରେ ଏକ ଆପାଟମେଣ୍ଟରେ ତାଙ୍କର ୩୪ ଲକ୍ଷ ଟଙ୍କାର ଏକ ଫ୍ଲାଟ୍‌ ରହିଥିବା ଜଣାପଡ଼ିଛି। ଜବତ ସମ୍ପତ୍ତିର ମୂଲ୍ୟ କୋଟିଏ ୪୦ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos