ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ, ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜଗତସିଂହପୁର:  ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଜଗତସିଂହପୁର ଆରଡବ୍ଲ୍ୟୁଏସଏସ ନିର୍ବାହୀ ଯନ୍ତ୍ରୀ ସଞ୍ଜୀବ ଶତପଥୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।  ସଞ୍ଜୀବଙ୍କ ଅଫିସ, ସରକାରୀ ବାସଭବନ ସମେତ କଟକ ଏବଂ ଭୁବନେଶ୍ୱର ସମେତ ୮ଟି ଜାଗାରେ  ଚଢ଼ାଉ କରାଯାଇଛି।