ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଚକ୍ରାମାଲ ଗାଁରେ ଆଜି ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ମମତା ନାଏକ। ତାଙ୍କ ସ୍ୱାମୀଙ୍କ ନାଁ ସନ୍ଦୀପ ନାଏକ। ପୋଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରଦୀପ ସବୁ ଦିନ ପରି ଆଜି ବି ମଦ ପିଇ ଘରକୁ ଆସିଥିଲେ। ଏହାକୁ ନେଇ ସ୍ତ୍ରୀଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ପ୍ରଦୀପ […]

murder

murder

Rakesh Mallick
  • Published: Monday, 03 October 2016
  • Updated: 03 October 2016, 09:28 PM IST

Sports

Latest News

ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଚକ୍ରାମାଲ ଗାଁରେ ଆଜି ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ମମତା ନାଏକ। ତାଙ୍କ ସ୍ୱାମୀଙ୍କ ନାଁ ସନ୍ଦୀପ ନାଏକ। ପୋଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁଯାୟୀ ପ୍ରଦୀପ ସବୁ ଦିନ ପରି ଆଜି ବି ମଦ ପିଇ ଘରକୁ ଆସିଥିଲେ। ଏହାକୁ ନେଇ ସ୍ତ୍ରୀଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ପ୍ରଦୀପ ହଠାତ୍ ରାଗି ଯାଇ ତାଙ୍କର ଡବଲ୍ ବ୍ୟାରେଲ୍ ବନ୍ଧୁକରୁ ମମତାଙ୍କ ଉପରକୁ ଗୁଳି କରିଥିଲେ। ମମତାଙ୍କ ଛାତି ଓ ପିଠିରେ ଗୁଳି ବାଜି ଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos