ଭଦ୍ରକ: ଚରମ୍ପାରେ ଜଣେ ମହିଳାଙ୍କୁ ଗାଁଲୋକଙ୍କ ଆକ୍ରମଣ

ଭଦ୍ରକ: ଭଦ୍ରକ ଜିଲ୍ଲା ଚରମ୍ପା କେନାଲ ରୋଡ୍ ପାଖ ଖଣ୍ଡିଆବଜାର ଗାଁରେ  ଜଣେ ମହିଳା ଅନୈତିକ କାର୍ଯ୍ୟକରୁଥିବା ଅଭିଯୋଗ କରି ଆଜି ଗାଁର ମହିଳାଙ୍କ ସମେତ ଶତାଧିକ ଲୋକ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୀଡିତା ମହିଳା ଜଣଙ୍କ ନାଁ ପ୍ରଭାତୀ ପଟ୍ଟନାୟକ। ଖଣ୍ଡିଆବଜାର ଗାଁର ଶତାଧିକ ମହିଳା ଓ ପୁରୁଷ ମହିଳାଙ୍କ ତାଙ୍କ ଘରେ ପଶି  ଆସବାପତ୍ରରେ ନିଆଁ ଲଗାଇ ଦେବା ସହ ତାଙ୍କୁ ମାଡ଼ ମାରିଥିଲେ। ଏହି […]

women assulted

women assulted

Rakesh Mallick
  • Published: Wednesday, 09 March 2016
  • Updated: 09 March 2016, 09:59 AM IST

ଭଦ୍ରକ: ଭଦ୍ରକ ଜିଲ୍ଲା ଚରମ୍ପା କେନାଲ ରୋଡ୍ ପାଖ ଖଣ୍ଡିଆବଜାର ଗାଁରେ  ଜଣେ ମହିଳା ଅନୈତିକ କାର୍ଯ୍ୟକରୁଥିବା ଅଭିଯୋଗ କରି ଆଜି ଗାଁର ମହିଳାଙ୍କ ସମେତ ଶତାଧିକ ଲୋକ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ପୀଡିତା ମହିଳା ଜଣଙ୍କ ନାଁ ପ୍ରଭାତୀ ପଟ୍ଟନାୟକ। ଖଣ୍ଡିଆବଜାର ଗାଁର ଶତାଧିକ ମହିଳା ଓ ପୁରୁଷ ମହିଳାଙ୍କ ତାଙ୍କ ଘରେ ପଶି  ଆସବାପତ୍ରରେ ନିଆଁ ଲଗାଇ ଦେବା ସହ ତାଙ୍କୁ ମାଡ଼ ମାରିଥିଲେ।

ଏହି ଘଟଣା ପରେ ଆଇନଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କା କରି ଗାଁରେ ପୋଲିସ୍ ମୁତୟନ କରାଯାଇଛି।

ପୀଡିତା ମହିଳା ପ୍ରଭାତୀ ପଟ୍ଟନାୟକ କହିଛନ୍ତି, “୧୫ ଦିନ ତଳେ ଖଣ୍ଡିଆବଜାର ଯୁବକ ରାଜେଶ, ବ୍ରହ୍ମା ଓ ଲିଟୁ ମୋ ସହିତ ଗଣ୍ଡଗୋଳ କରିଥିଲେ। ଗତକାଲି ରାଜେଶ ମୋ ଝିଆ ଝିଅକୁ ଉଠାଇ ନେଇଥିଲା। ଏହି ବିଷୟରେ ପୋଲିସରେ ଜଣାଇଥିଲି । ତା’ ପରେ ମୋ ଝିଅକୁ ସେମାନେ ଛାଡି ଦେଇଥିଲେ। ଏହି ବିଷୟରେ ମୁଁ ଥାନାରେ କେସ ଦେଇଥିଲି ଓ କେସର ସମାଧାନ କରିବି ବୋଲି ମଧ୍ୟ କହିଥିଲି। ୧୫ ଦିନ ତଳେ କାହିଁକି କେସ ଦେଇଥିଲୁ କହି ପାଖରେ ଜଣଙ୍କ ଘରକୁ ପୋଡିଦେଲେ ଓ ସେଥିପାଇଁ ଦୋଷାରୋପ କରି  ଖଣ୍ଡିଆବଜାର ଗାଁର ଶତାଧିକ ପୁରୁଷ ଓ ମହିଳା ମୋତେ ମାଡ଼ ମାରିବା ସହ ମୋ ପରିବାର ସଦସ୍ୟଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ମୋ ଘରର ସମସ୍ତ ଆସବାପତ୍ରକୁ ମଧ୍ୟ ପୋଡ଼ି ଦେଇଛନ୍ତି।  ମୋତେ ଜୀବନରୁ ମାରିଦେବାକୁ  ଧମକ ଦେଇଛନ୍ତି।”

ଗ୍ରାମାଞ୍ଚଳ ଥାନା ଅଧିକାରୀ ସୁର୍ଦଶନ ଗାଙ୍ଗୋଇ କହିଛନ୍ତି,  “ଖଣ୍ଡିଆବଜାର ଗାଁର ଜଣେ  ଯୁବତୀ  ପ୍ରଭାତୀ ପଟ୍ଟନାୟକ  ଅନୈତିକ କାର୍ଯ୍ୟକରୁଥିବା ନେଇ ଶତାଧିକ ମହିଳା ଓ ପୁରୁଷ ତାଙ୍କ ଘର ଆକ୍ରମଣ ଉପରେ କରିଥିଲେ।  ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଳୋକଙ୍କୁ ବୁଝାସୁଝା କରିଥିଲୁ। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଆଇନଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କା ନେଇ ଗାଁରେ ପୋଲିସ୍ ମୁତୟନ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos