ଟିଟିଲାଗଡ଼: ଜମି ବିବାଦକୁ ନେଇ ସାବତ ମା’ ଓ ଭାଇକୁ ଯୁବକଙ୍କ ହତ୍ୟା ଅଭିଯୋଗ

ଟିଟିଲାଗଡ଼: ଜମି ବିବାଦକୁ ନେଇ ଆଜି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଟିଟିଗାଁରେ ଏକ ନାରକୀୟ କାଣ୍ଡ ଘଟିଯାଇଛି। ଜଣେ ଯୁବକଙ୍କ ଟାଙ୍ଗିଆ ଚୋଟରେ ତାଙ୍କ ସାବତ ମା’ (୪୫) ଓ ସାବତ ଭାଇ (୫)ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ରୁକ୍ମଣୀ ରଣା ଓ ତାଙ୍କ ପୁଅ ରାକ୍ଷୀ ରଣା। ସେମାନଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୁକ୍ତ ନୃପ ରଣା ଟିଟିଲାଗଡ଼ରେ ଚିକିତ୍ସାଧୀନ ଅଛି।  ପୋଲିସ୍ […]

nrupa-accuse

nrupa-accuse

Rakesh Mallick
  • Published: Thursday, 17 March 2016
  • Updated: 17 March 2016, 01:55 PM IST

[caption id="attachment_74393" align="alignleft" width="300"]nrupa-accuse ଅଭିଯୁକ୍ତ ନୃପ ରଣା[/caption]

ଟିଟିଲାଗଡ଼: ଜମି ବିବାଦକୁ ନେଇ ଆଜି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଟିଟିଗାଁରେ ଏକ ନାରକୀୟ କାଣ୍ଡ ଘଟିଯାଇଛି। ଜଣେ ଯୁବକଙ୍କ ଟାଙ୍ଗିଆ ଚୋଟରେ ତାଙ୍କ ସାବତ ମା’ (୪୫) ଓ ସାବତ ଭାଇ (୫)ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ରୁକ୍ମଣୀ ରଣା ଓ ତାଙ୍କ ପୁଅ ରାକ୍ଷୀ ରଣା। ସେମାନଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୁକ୍ତ ନୃପ ରଣା ଟିଟିଲାଗଡ଼ରେ ଚିକିତ୍ସାଧୀନ ଅଛି।  ପୋଲିସ୍ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିବା ସହିତ ନୃପଙ୍କ ସ୍ତ୍ରୀ ଦେବୀକାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ସମୟରେ ନୃପର ବାପା କ୍ଷମା ରଣା ନିଜ ଜମିରେ ହଳ କରୁଥିବା ବେଳେ ନୃପ ଆସି ଜମି ଭାଗ ଦେବାକୁ ନେଇ ପାଟି ତୁଣ୍ଡ କରିଥିଲା।  ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା ଯେ ଶେଷରେ ନୃପ ଏକ ଟାଙ୍ଗିଆରେ କ୍ଷମାଙ୍କୁ ମାରିବାକୁ ଉଦ୍ୟମ କରିଥିଲା। ତେବେ କ୍ଷମା ସେଠାରୁ ଦୌଡ଼ି ପଳାଇ ଯାଇଥିଲେ। କିନ୍ତୁ ପାଖରେ ଥିବା ସାବତ ମା’ ରୁକ୍ମଣୀ ଓ ସାବତ ଭାଇ ରାକ୍ଷୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ ନୃପ। ଫଳରେ ସେମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏହା ପରେ ନୃପ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଖବର ପାଇ ସିନ୍ଧେକେଲା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୋଲିସ୍ ନୃପକୁ ଚିକିତ୍ସା ପାଇଁ ଟିଟିଲାଗଡ଼ ହସ୍‌ପିଟାଲ୍ ପଠାଇବା ସହିତ ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନୃପ କହିଛି ଯେ ଏସବୁ କେମିତି ଘଟିଗଲା ସେ ଜାଣି ପାରୁ ନାହିଁ। ସେତେବେଳେ ସେ ହୋସ୍‌ରେ ନଥିଲେ।

ସିନ୍ଧେକେଲା ଥାନା ଅଧିକାରୀ ମଳୟ ନାୟକ କହିଛନ୍ତି,“ କ୍ଷମା ରଣା ଜଣେ ଚାଷୀ। ତାଙ୍କର ୪ ଏକର ଜମି ଅଛି। ନୃପ ତାଙ୍କର ପ୍ରଥମ ସ୍ତ୍ରୀର ବଡ଼ ପୁଅ। ତାଙ୍କର ପ୍ରଥମ ସ୍ତ୍ରୀଙ୍କର ୨୫ ବର୍ଷ ତଳୁ ପରଲୋକ ହୋଇଯାଇଛି। ପ୍ରଥମ ସ୍ତ୍ରୀଙ୍କ ଗର୍ଭରୁ କ୍ଷମାଙ୍କର ଦୁଇ ଜଣ ପୁଅ ଥିବା ବେଳେ ପରେ ସେ ରୁକ୍ମଣୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। କ୍ଷମା ତାଙ୍କର ବଡ଼ ପୁଅକୁ ଲିଖିତ ଭାବେ କିଛି ଜମି ଦେଇ ନ ଥିଲେ। ଫଳରେ ଏହାକୁ ନେଇ ବାପ-ପୁଅଙ୍କ ମଧ୍ୟରେ ବରାବର ପାଟିତୁଣ୍ଡ ହେଉଥିଲା। ଆଜି କ୍ଷମା ନିଜ ଜମିରେ ଥିବା ବେଳେ ନୃପ ଆସି ତାଙ୍କ ସହିତ ଜମି ଦେବାକୁ ନେଇ ପାଟିତୁଣ୍ଡ କରିଥିଲା ଓ ପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ତେବେ ସେ ଖସି ଯାଇଥିଲେ। କିନ୍ତୁ ପାଖରେ ଥିବା ସାବତ ମା’ ଓ ସାବତ ଭାଇଙ୍କୁ ନୃପ ଟାଙ୍ଗିଆରେ ଆକ୍ରମଣ କରି ସେମାନଙ୍କ ବେକରେ ଚୋଟ ପକାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ସେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ତେବେ ତାକୁ ପୋଲିସ୍ କାବୁ କରି ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ”

ଥାନା ଅଧିକାରୀ କହିଛନ୍ତି ଯେ ନୃପ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ତା’ସ୍ତ୍ରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲା ବୋଲି କୁହାଯାଉଛି। ଏଣୁ ତାକୁ ବି ପଚରାଉଚରା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos