ବଲାଙ୍ଗିର: ତାମିଲନାଡୁରୁ ୧୨୬ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗିର: ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହୋଇଥିବା ବଲାଙ୍ଗିର ଜିଲ୍ଲାର ୧୨୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସୋମବାର ସେମାନେ ବଲାଙ୍ଗିର ଫେରି ଆସିଛନ୍ତି। ତିନି ମାସ ତଳେ ଜିଲ୍ଲାର ବଂଗୋମୁଣ୍ଡା ଓ ଟିଟିଲାଗଡ଼ ବ୍ଳକରୁ ଶତାଧିକ ଲୋକ ଦାଦନ ଖଟିବା ପାଇଁ ତାମିଲନାଡୁକୁ ଯାଇଥିଲେ। ସେଠାରେ ସେମାନଙ୍କୁ ବହୁତ୍ କମ୍ ପାରିଶ୍ରମିକ ସହିତ ନିର୍ଯାତନା ଦିଆଯାଉଥିବା ନେଇ ଜଣାପଡ଼ିଥିଲା। ଏହା ପରେ ବଲାଙ୍ଗିର ଜିଲ୍ଳା ଶ୍ରମ ବିଭାଗ ତାମିଲନାଡୁ ପୋଲିସ୍ ସହାୟତାରେ ଶ୍ରମିକମାନଙ୍କୁ […]

boalngir

Rakesh Mallick
  • Published: Monday, 07 March 2016
  • , Updated: 07 March 2016, 11:53 AM IST

ବଲାଙ୍ଗିର: ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହୋଇଥିବା ବଲାଙ୍ଗିର ଜିଲ୍ଲାର ୧୨୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସୋମବାର ସେମାନେ ବଲାଙ୍ଗିର ଫେରି ଆସିଛନ୍ତି।

ତିନି ମାସ ତଳେ ଜିଲ୍ଲାର ବଂଗୋମୁଣ୍ଡା ଓ ଟିଟିଲାଗଡ଼ ବ୍ଳକରୁ ଶତାଧିକ ଲୋକ ଦାଦନ ଖଟିବା ପାଇଁ ତାମିଲନାଡୁକୁ ଯାଇଥିଲେ। ସେଠାରେ ସେମାନଙ୍କୁ ବହୁତ୍ କମ୍ ପାରିଶ୍ରମିକ ସହିତ ନିର୍ଯାତନା ଦିଆଯାଉଥିବା ନେଇ ଜଣାପଡ଼ିଥିଲା। ଏହା ପରେ ବଲାଙ୍ଗିର ଜିଲ୍ଳା ଶ୍ରମ ବିଭାଗ ତାମିଲନାଡୁ ପୋଲିସ୍ ସହାୟତାରେ ଶ୍ରମିକମାନଙ୍କୁ ଉଦ୍ଧାର କରିଛି।

କଣ୍ଟାବାଞ୍ଜିର ବବ୍‌ଲୁ ଖାନ୍ ନାମକ ଜଣେ ଦାଦନ ସର୍ଦ୍ଦାର ସେମାନଙ୍କୁ ସେଠାକୁ ପଠାଇଥିବା ଅଭିଯୋଗ ହୋଇଛି। ତା’ ନାଁରେ  ମାମଲା ରୁଜୁ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବଲାଙ୍ଗିର ଜିଲ୍ଳା ଶ୍ରମ ଅଧିକାରୀ ମଦନ ମୋହନ ପାଇକ।

Related story