ଅନୁଗୋଳ: ଜଳଖିଆ ଖାଇ ଆଦିବାସୀ ଆବାସିକ ବିଦ୍ୟାଳୟର ୧୦ ଅନ୍ତେବାସୀ ଅସୁସ୍ଥ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ଥିବା ଆଦିବାସୀ ଆବାସିକ ବିଦ୍ୟାଳୟ ଛାତ୍ରୀନିବାସର ୧୦ରୁ ଅଧିକ ଅନ୍ତେବାସୀ ଅସୁସ୍ଥ ହୋଇପଡିଛନ୍ତି ।  ସୋମବାର ସକାଳେ ଛାତ୍ରୀମାନେ ଜଳଖିଆ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । କର୍ତ୍ତୃପକ୍ଷ ତୁରନ୍ତ ସେମାନଙ୍କୁ ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସା ପରେ ଛାତ୍ରୀମାନଙ୍କ  ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି । ଛାତ୍ରୀମାନେ ହଠାତ୍ ଅସୁସ୍ଥ ହୋଇପଡିବାର କାରଣ ସ୍ପଷ୍ଟ ହୋଇପାରିନାହିଁ । ଆଠମଲ୍ଲିକ ସମାଜ ମଙ୍ଗଳ ଅଧିକାରୀ ଘଟଣାର ତଦନ୍ତ […]

angual

Rakesh Mallick
  • Published: Monday, 14 September 2015
  • , Updated: 14 September 2015, 10:57 AM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ଥିବା ଆଦିବାସୀ ଆବାସିକ ବିଦ୍ୟାଳୟ ଛାତ୍ରୀନିବାସର ୧୦ରୁ ଅଧିକ ଅନ୍ତେବାସୀ ଅସୁସ୍ଥ ହୋଇପଡିଛନ୍ତି ।  ସୋମବାର ସକାଳେ ଛାତ୍ରୀମାନେ ଜଳଖିଆ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । କର୍ତ୍ତୃପକ୍ଷ ତୁରନ୍ତ ସେମାନଙ୍କୁ ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସା ପରେ ଛାତ୍ରୀମାନଙ୍କ  ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି । ଛାତ୍ରୀମାନେ ହଠାତ୍ ଅସୁସ୍ଥ ହୋଇପଡିବାର କାରଣ ସ୍ପଷ୍ଟ ହୋଇପାରିନାହିଁ । ଆଠମଲ୍ଲିକ ସମାଜ ମଙ୍ଗଳ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି।

Related story