ବରଗଡ଼: ତେଲ କାରଖାନାରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ିଗଲା

ବରଗଡ଼: ବରଗଡ଼ ସହର ଉପକଣ୍ଠରେ ଥିବା ଏକ ତେଲ କାରଖାନାରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ଥିଲେ। ତେବେ ଏଥିରେ କେହି ହତାହତ ହୋଇ ନାହାନ୍ତି। ବରଗଡ଼ ସହର ଠାରୁ ୫ କିଲୋମିଟର ଦୂରରେ ୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଶ୍ରୀ କ୍ରିଷ୍ଣା ସୋଲଭେଣ୍ଟ ଏକ୍ସଟ୍ରକ୍ସନ୍ ପ୍ରାଇଭେଟ ଲିମିଟେଡର ଗୋଦାମ ଗୃହରେ ସକାଳ ପ୍ରାୟ ୬ଟା […]

bargarh

Rakesh Mallick
  • Published: Saturday, 12 September 2015
  • , Updated: 12 September 2015, 12:36 PM IST

ବରଗଡ଼: ବରଗଡ଼ ସହର ଉପକଣ୍ଠରେ ଥିବା ଏକ ତେଲ କାରଖାନାରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ଥିଲେ। ତେବେ ଏଥିରେ କେହି ହତାହତ ହୋଇ ନାହାନ୍ତି।

ବରଗଡ଼ ସହର ଠାରୁ ୫ କିଲୋମିଟର ଦୂରରେ ୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଶ୍ରୀ କ୍ରିଷ୍ଣା ସୋଲଭେଣ୍ଟ ଏକ୍ସଟ୍ରକ୍ସନ୍ ପ୍ରାଇଭେଟ ଲିମିଟେଡର ଗୋଦାମ ଗୃହରେ ସକାଳ ପ୍ରାୟ ୬ଟା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଗୋଦାମ ଘରେ ପ୍ଲାଷ୍ଟିକ୍ ବସ୍ତା, ତେଳ ପ୍ରସ୍ତୁତ ପାଇଁ ଆବା୍ୟକ ହେଉଥିବା ରାସାୟନିକ ସାମଗ୍ରୀ ସହିତ କାରଖାନାରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁ ରହିଥିଲା। ତେଣୁ ସଙ୍ଗେ ସଙ୍ଗେ ନିଆଁ ବ୍ୟାପକ ରୂପ ଧାରଣ କରିଥିଲା ବୋଲି କୁହାଯାଉଛି। ନିଆଁକୁ ଆୟତ କରିବାକୁ ୪ଟି ଦମକଳକୁ ୬ ଘଣ୍ଟା ଲାଗି ଯାଇଥିଲା। ତେବେ କେଉଁ କାରଣରୁ ଗୋଦାମ ଘରେ ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ। ତଦନ୍ତ ପରେ ନିଆଁ ଲାଗିବାର କାରଣ ଜଣାପଡ଼ିବ ବୋଲି ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଫୁଲ କୁମାର ବିଶ୍ୱାଳ କହିଛନ୍ତି।

Related story