୧୪ ବଖରା ଘର ପାଉଁଶ, ୨୦ ଛେଳିମେଣ୍ଢା ଜୀବନ୍ତ ଦଗ୍ଧ

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ବିଲଣା ଗାଁର ତିଆଡ଼ି ସାହିରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୧୪ ବଖରା ଘର ପାଉଁଶ ହୋଇଯାଇଥିବା ବେଳେ ୨୦ଟି ଗୃହପାଳିତ ପ୍ରାଣୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ୨୦ଟି ଗୃହପାଳିତ ପ୍ରାଣୀଙ୍କ ମଧ୍ୟରେ ଅଛନ୍ତି ୪ଟି ଗୋରୁ, ୧୪ଟି ଛେଳି ଓ ୨ଟି ମେଣ୍ଢା।

ଧାମନଗରରୁ ଅଗ୍ନିଶମ ବିଭାଗ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା।