ବିଶ୍ୱକର୍ମା ପୂଜା ପାଇଁ ପାରାଦୀପ ଚଳଚଞ୍ଚଳ

ପାରାଦୀପ: ଆଉ ତିନି ଦିନ ପରେ ବିଶ୍ୱକର୍ମା ପୂଜା। ଏଥିପାଇଁ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ। ଦୀର୍ଘ ଦୀର୍ଘ ୪୧ ବର୍ଷ ହେଲା ଧୂମଧାମରେ ପାଳିତ ହୋଇଆସୁଥିବା ବିଶ୍ୱକର୍ମାଙ୍କ ପୂଜା। ପାରାଦୀପ ବନ୍ଦର ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନ ଗୁଡ଼ିକର ଆକର୍ଷଣୀୟ ତୋରଣ ଏବଂ ମୂର୍ତ୍ତି ତିଆରି ପାଇଁ ଲାଗିପଡ଼ିଛନ୍ତି ଶିଳ୍ପୀ ଓ କାରିଗର। ଚଳିତ ବର୍ଷ ସମଗ୍ର ସହରରେ ମୋଟ ୩୦ରୁ ଅଧିକ ମେଢ ନିର୍ମାଣ କରାଯାଉଛି। ସହରର ବଡପଡିଆ ଛକ ଠାରୁ ସଞ୍ଜୟ ଗାନ୍ଧି ସ୍କୁଲ୍ […]

pradeep

Rakesh Mallick
  • Published: Sunday, 13 September 2015
  • , Updated: 13 September 2015, 07:00 AM IST

ପାରାଦୀପ: ଆଉ ତିନି ଦିନ ପରେ ବିଶ୍ୱକର୍ମା ପୂଜା। ଏଥିପାଇଁ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ। ଦୀର୍ଘ ଦୀର୍ଘ ୪୧ ବର୍ଷ ହେଲା ଧୂମଧାମରେ ପାଳିତ ହୋଇଆସୁଥିବା ବିଶ୍ୱକର୍ମାଙ୍କ ପୂଜା। ପାରାଦୀପ ବନ୍ଦର ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନ ଗୁଡ଼ିକର ଆକର୍ଷଣୀୟ ତୋରଣ ଏବଂ ମୂର୍ତ୍ତି ତିଆରି ପାଇଁ ଲାଗିପଡ଼ିଛନ୍ତି ଶିଳ୍ପୀ ଓ କାରିଗର। ଚଳିତ ବର୍ଷ ସମଗ୍ର ସହରରେ ମୋଟ ୩୦ରୁ ଅଧିକ ମେଢ ନିର୍ମାଣ କରାଯାଉଛି। ସହରର ବଡପଡିଆ ଛକ ଠାରୁ ସଞ୍ଜୟ ଗାନ୍ଧି ସ୍କୁଲ୍ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ଏହି ମେଢ ଗୁଡିକର ନିର୍ମାଣ ଚାଲିଛି। ନିଜ ନିଜ କଳା ନିପୁଣତାରେ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ଓଡିଶା ତଥା ଓଡିଶା ବାହାରୁ ଆସିଥିବା ବହୁ କାରୀଗର ଦିନରାତି ଲାଗିପଡ଼ିଛନ୍ତି। ପୂଜା ସମୟରେ ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରେ ଲକ୍ଷାଧିକ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି

Related story