ବ୍ରହ୍ମପୁର: ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାରୁ ଅଧିକ ସମ୍ପତ୍ତି ନଷ୍ଟ

ବ୍ରହ୍ମପୁର: ବ୍ରହ୍ମପୁର ଆସିକା ରୋଡ ସ୍ଥିତ ଚତୁଭୁର୍ଜ ପେଟ୍ରୋଲ ପମ୍ପ ନିକଟ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟି ୨୫ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ପୋଡିଯାଇଛି । ଏଠାରେ ଥିବା ସରାଫ ସେଲସରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଦୋକାନରେ ପ୍ରାୟ ୫ଲକ୍ଷ ଟଙ୍କାର କ୍ୟାସ ଥିଲା ବୋଲି ଦୋକାନ ମାଲିକ କହିଛନ୍ତି ।ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଖବର ପାଇ ଦମକଳବାହିନୀର ୩ଟି ଗାଡି ପହଞ୍ଚି ନିଆଁକୁ ଆୟତ କରିଥିଲେ ।