ଆସନ୍ତାକାଲି କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ଦୁଝର:  ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଗସ୍ତରେ ଆସିବେ। ସେ ଜିଲ୍ଲାରେ ୧୬ଟି ପ୍ରକଳ୍ପ ଉଦଘାଟନ କରିବା ସହ ୧୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।  ସେଥିପାଇଁ ଏକ ଫଳକ ଗ୍ୟାଲେରି ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ୪୦୦ ନିର୍ମାଣ ଶ୍ରମିକଙ୍କୁ ସାଇକେଲ୍ ଓ ଆନୁଷଙ୍ଗିକ ଯନ୍ତ୍ରପାତି  ଓ  ୪୦ ଜଣ କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ୍‌ ଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି […]

chief-minister

Rakesh Mallick
  • Published: Monday, 29 February 2016
  • , Updated: 29 February 2016, 11:58 AM IST

କେନ୍ଦୁଝର:  ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଗସ୍ତରେ ଆସିବେ। ସେ ଜିଲ୍ଲାରେ ୧୬ଟି ପ୍ରକଳ୍ପ ଉଦଘାଟନ କରିବା ସହ ୧୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।  ସେଥିପାଇଁ ଏକ ଫଳକ ଗ୍ୟାଲେରି ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ୪୦୦ ନିର୍ମାଣ ଶ୍ରମିକଙ୍କୁ ସାଇକେଲ୍ ଓ ଆନୁଷଙ୍ଗିକ ଯନ୍ତ୍ରପାତି  ଓ  ୪୦ ଜଣ କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ୍‌ ଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Related story