ଦେବଗଡ଼: ମଦଭାଟି ଭାଙ୍ଗିଲେ ମହିଳା

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ୍ ଅନ୍ତର୍ଗତ ତାଳକୁଣ୍ଡି ପଞ୍ଚାୟତର ୧୨ଟି ଗାଁର ୫୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୫୦୦ରୁ ଊର୍ଦ୍ଧ୍ୱ ମହିଳା ଆଜି ଏକତ୍ରିତ ହୋଇ ମଧ୍ୟପୁର ଗାଁରେ ଥିବା ଏକ ଦେଶୀ ମଦଭାଟିକୁ ଭଙ୍ଗାରୁଜା କରିବା ସହ ଗଚ୍ଛିତ ଦେଶୀମଦକୁ ନଷ୍ଟ କରି ଦେଇଛନ୍ତି। ଏହି ମହିଳାମାନେ କହିଛନ୍ତି ଯେ ମଦ ପିଇ ପୁରୁଷମାନେ ଘରେ ଝଗଡ଼ା କରୁଛନ୍ତି। ଫଳରେ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ମଧ୍ୟପୁର ଗାଁରେ ଥିବା ମଦଭାଟିକୁ ଉଚ୍ଛେଦ […]

mahila

Rakesh Mallick
  • Published: Friday, 01 April 2016
  • , Updated: 01 April 2016, 02:49 PM IST

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ୍ ଅନ୍ତର୍ଗତ ତାଳକୁଣ୍ଡି ପଞ୍ଚାୟତର ୧୨ଟି ଗାଁର ୫୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୫୦୦ରୁ ଊର୍ଦ୍ଧ୍ୱ ମହିଳା ଆଜି ଏକତ୍ରିତ ହୋଇ ମଧ୍ୟପୁର ଗାଁରେ ଥିବା ଏକ ଦେଶୀ ମଦଭାଟିକୁ ଭଙ୍ଗାରୁଜା କରିବା ସହ ଗଚ୍ଛିତ ଦେଶୀମଦକୁ ନଷ୍ଟ କରି ଦେଇଛନ୍ତି।

ଏହି ମହିଳାମାନେ କହିଛନ୍ତି ଯେ ମଦ ପିଇ ପୁରୁଷମାନେ ଘରେ ଝଗଡ଼ା କରୁଛନ୍ତି। ଫଳରେ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ମଧ୍ୟପୁର ଗାଁରେ ଥିବା ମଦଭାଟିକୁ ଉଚ୍ଛେଦ କରିବାକୁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଅବକାରୀ ବିଭାଗ, ପୋଲିସ୍ ବିଭାଗ ଓ ଗ୍ରାମ ପଞ୍ଚାୟତରେ ଲିଖିତ ଅଭିଯୋଗ କରିଥିଲୁ। ଗତ ନଭେମ୍ବର ମାସ ୧୧ ତାରିଖ ଦିନ ମଦ ବିକ୍ରୟ କରୁଥିବା ବ୍ୟବସାୟୀଙ୍କୁ  ପୋଲିସ୍ ତାଗିଦ କରିଥିଲା। ମାର୍ଚ୍ଚ ମାସରେ ମଦଭାଟି ଉଠାଇ ଦିଆଯିବ ବୋଲି  ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।  ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଅନୁଯାୟୀ ମଦଭାଟି ଉଠା ନ ଯିବାରୁ ଆଜି ୧୨ଟି ଗାଁର ମହିଳାମାନେ ମିଶି ଏହି ମଦଭାଟିକୁ ଭାଙ୍ଗି ଦେଇଛୁ।

Related story