ପଞ୍ଚକର ପ୍ରଥମ ଦିନରେ କଟକରୁ ଧବଳେଶ୍ୱରକୁ ଡଙ୍ଗା ଚଳାଳଚ ବନ୍ଦ; ଡଙ୍ଗାଗୁଡ଼ିକର ବାଧ୍ୟତାମୂଳକ ବୀମାକୁ ବିରୋଧ

କଟକ: ପବିତ୍ର ପଞ୍ଚକର ପ୍ରଥମ ଦିନରେ ଶନିବାର କଟକରୁ ଧବଳେଶ୍ୱର ପୀଠକୁ ଡଙ୍ଗା ଚଳାଚଳ ବନ୍ଦ ହୋଇଯାଇଛି। ଫଳରେ ଶ୍ରଦ୍ଧାଳୁମାନେ ପୀଠକୁ ଯିବା ପାଇଁ ଅସୁବିଧା ଭୋଗୁଛନ୍ତି। ଡଙ୍ଗ।ଗୁଡ଼ିକ ପାଇଁ ବୀମା ବାଧ୍ୟତାମୂଳକ କରାଯାଇଥିବାରୁ ଡଙ୍ଗା ଚାଳକମାନେ ଏହାକୁ ବିରୋଧ କରି ଆଜି ସକାଳୁ କଟକ ବିଡାନାସୀ ଘାଟରେ ନୌକା ସେବା ବନ୍ଦ କରିଛନ୍ତି। ପଞ୍ଚକ ତଥା ଆଗାମୀ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଧବଳେଶ୍ୱର ପୀଠକୁ ଶ୍ରଦ୍ଧାଳୁଙ୍କ ଆତଯାତ ବଢିବାରେ ଲାଗିଛି। ତେବେ ନୌକା ସେବା ବନ୍ଦ […]

dhabaleswar

Rakesh Mallick
  • Published: Saturday, 21 November 2015
  • , Updated: 21 November 2015, 05:38 AM IST

କଟକ: ପବିତ୍ର ପଞ୍ଚକର ପ୍ରଥମ ଦିନରେ ଶନିବାର କଟକରୁ ଧବଳେଶ୍ୱର ପୀଠକୁ ଡଙ୍ଗା ଚଳାଚଳ ବନ୍ଦ ହୋଇଯାଇଛି। ଫଳରେ ଶ୍ରଦ୍ଧାଳୁମାନେ ପୀଠକୁ ଯିବା ପାଇଁ ଅସୁବିଧା ଭୋଗୁଛନ୍ତି। ଡଙ୍ଗ।ଗୁଡ଼ିକ ପାଇଁ ବୀମା ବାଧ୍ୟତାମୂଳକ କରାଯାଇଥିବାରୁ ଡଙ୍ଗା ଚାଳକମାନେ ଏହାକୁ ବିରୋଧ କରି ଆଜି ସକାଳୁ କଟକ ବିଡାନାସୀ ଘାଟରେ ନୌକା ସେବା ବନ୍ଦ କରିଛନ୍ତି। ପଞ୍ଚକ ତଥା ଆଗାମୀ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଧବଳେଶ୍ୱର ପୀଠକୁ ଶ୍ରଦ୍ଧାଳୁଙ୍କ ଆତଯାତ ବଢିବାରେ ଲାଗିଛି। ତେବେ ନୌକା ସେବା ବନ୍ଦ ହେବାରୁ ଯାତ୍ରୀ ଅସୁବିଧାର ସାମନା କରୁଛନ୍ତି।

Related story