ଢେଙ୍କାନାଳ: ଟିପ୍ପର ଧକ୍କାରେ ବାଇକ୍‌ ଆରୋହୀ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାଉଁଶକଣ ଢାବା ନିକଟରେ ଟିପ୍ପର ଧକ୍କାରେ ବାଇକ୍‌ ଆରୋହୀ ନୂଆଭୁବନ ଗାଁର ରଘୁନାଥ ବେହେରାଙ୍କ  ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଙ୍ଗରେ ଯାଉଥିବା ଅମୂଲ୍ୟ ବେହେରା ଆହତ ହୋଇଛନ୍ତି। ଆହତ ଅମୂଲ୍ୟକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଧକ୍କା ଦେଇଥିବା ଟିପ୍ପରରେ ନିଆଁ ଲଗାଇ ଦେଇଥିଲେ। ପରେ କ୍ଷତିପୂରଣ ଦାବିରେ ତାଳଚେର-ଯାଜପୁର ଏନ୍‌ଏଚ୍‌କୁ ଅବରୋଧ କରିଥିଲେ।

dkl

Rakesh Mallick
  • Published: Thursday, 20 October 2016
  • , Updated: 20 October 2016, 07:51 PM IST

Related story