ଜଙ୍ଗଲୀ ନିଆଁ ଜାଳିଦେଲା ଘର

କାମାକ୍ଷାନଗର: ଜଙ୍ଗଲୀ ନିଆଁ ଜାଳିଦେଲା ଘର। ଏପରିକି ଘରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଉଁଶପାଳ ପଞ୍ଚାୟତ ଲେମ୍ୱୁପାଳ ଗାଁର। ଜଙ୍ଗଲୀ ନିଆଁରେ ଉକ୍ତ ଗାଁର ୫ ପରିବାରର ୧୫ ବଖରା ପାଉଁଶ ହୋଇଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଯାଇଛି। କାମାକ୍ଷାନଗର ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଲେମ୍ୱୁପାଳ ଗାଁର ସିଙ୍ଗରେଇ ହେମ୍ୱ୍ରମ କହିଛନ୍ତି,“ଆଜି ସକାଳେ […]

kamakhayanager fireing

Rakesh Mallick
  • Published: Friday, 31 March 2017
  • , Updated: 31 March 2017, 11:14 PM IST

କାମାକ୍ଷାନଗର: ଜଙ୍ଗଲୀ ନିଆଁ ଜାଳିଦେଲା ଘର। ଏପରିକି ଘରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଉଁଶପାଳ ପଞ୍ଚାୟତ ଲେମ୍ୱୁପାଳ ଗାଁର। ଜଙ୍ଗଲୀ ନିଆଁରେ ଉକ୍ତ ଗାଁର ୫ ପରିବାରର ୧୫ ବଖରା ପାଉଁଶ ହୋଇଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଯାଇଛି। କାମାକ୍ଷାନଗର ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।

ଲେମ୍ୱୁପାଳ ଗାଁର ସିଙ୍ଗରେଇ ହେମ୍ୱ୍ରମ କହିଛନ୍ତି,“ଆଜି ସକାଳେ ଆମେ କାମ କରିବାକୁ ଯାଇଥିଲୁ। ଘରେ କେହି ନଥିଲେ। ଜଙ୍ଗଲରୁ ନିଆଁ ଉଡି ଆସି ଆମ ଘର ଉପରେ ପଡ଼ି ପୋଡି ଯାଇଛି। ଘରେ ଥିବା ସମସ୍ତ ଆସବାବପତ୍ର, ଗାଈ ଓ ଛେଳି ବିକି ରଖିଥିବା ଟଙ୍କା ମଧ୍ୟ ପୋଡି ଯାଇଛି। ଖାଇବା ପାଇଁ ପାଖରେ ଚାଉଳ ନାହିଁ।”

କାମାକ୍ଷାନଗର ରାଜସ୍ୱ ନିରୀକ୍ଷକ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରାଯିବ।

Related story