ଜଗମୋହନ ମରାମତି ପାଇଁ ଆସନ୍ତାକାଲି ମନ୍ଦିର ଉପରକୁ ଚଢିବେ ବିଶେଷଜ୍ଞ ଟିମ୍

ପୁରୀ: ଶ୍ରୀମନ୍ଦିର ଜଗମୋହନର ସ୍ଥିତି କିପରି ରହିଛି। ଲୁହାଭାର ବନ୍ଧା ଯିବା ପରେ ମଙ୍ଗଳବାର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ନିଯୁକ୍ତ ବିଶେଷଜ୍ଞ ଟିମ୍ ଓ ଶ୍ରୀମନ୍ଦିର ବୈଷୟିକ କମିଟିର କୋର ସଦସ୍ୟମାନେ ଜଗମୋହନ ସ୍ଥିତି ଯାଞ୍ଚ କରିଛନ୍ତି। ଏହି ଯାଞ୍ଚ ପରେ ଜଗମୋହନର ଉପରି ଭାଗରେ ଥିବା ଦୁର୍ବଳ ପଥରର ପରିବର୍ତ୍ତନ ସହ ଉତ୍ତର ପଶ୍ଚିମ କୋଣର ସ୍ତମ୍ବର ସମ୍ପୂର୍ଣ୍ଣ ମରାମତି କାମ ଆରମ୍ଭ ପାଇଁ ଅନୁମତି ଦେଇଛନ୍ତି। ଏହି ମରାମତି କାର୍ଯ୍ୟ ପାଇଁ ୫୬ ଜଣ […]

jagannathTemple

Rakesh Mallick
  • Published: Tuesday, 02 February 2016
  • , Updated: 02 February 2016, 04:26 PM IST

ପୁରୀ: ଶ୍ରୀମନ୍ଦିର ଜଗମୋହନର ସ୍ଥିତି କିପରି ରହିଛି। ଲୁହାଭାର ବନ୍ଧା ଯିବା ପରେ ମଙ୍ଗଳବାର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ନିଯୁକ୍ତ ବିଶେଷଜ୍ଞ ଟିମ୍ ଓ ଶ୍ରୀମନ୍ଦିର ବୈଷୟିକ କମିଟିର କୋର ସଦସ୍ୟମାନେ ଜଗମୋହନ ସ୍ଥିତି ଯାଞ୍ଚ କରିଛନ୍ତି। ଏହି ଯାଞ୍ଚ ପରେ ଜଗମୋହନର ଉପରି ଭାଗରେ ଥିବା ଦୁର୍ବଳ ପଥରର ପରିବର୍ତ୍ତନ ସହ ଉତ୍ତର ପଶ୍ଚିମ କୋଣର ସ୍ତମ୍ବର ସମ୍ପୂର୍ଣ୍ଣ ମରାମତି କାମ ଆରମ୍ଭ ପାଇଁ ଅନୁମତି ଦେଇଛନ୍ତି। ଏହି ମରାମତି କାର୍ଯ୍ୟ ପାଇଁ ୫୬ ଜଣ କୁଶଳୀ କାରିଗରଙ୍କୁ ନିୟୋଜିତ କରାଯାଇଛି।

ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି, ମରାମତି ପାଇଁ ଭାରା ବନ୍ଧା କାର୍ଯ୍ୟ ଶେଷ ହୋଇଛି। ମରାମତିରେ ବାଧା ସୃଷ୍ଟି କରୁଥିବା ବିଭିନ୍ନ ପକେଟକୁ ବାହାର କରିଦିଆଯାଇଛି। ଆଜି ବିଶେଷଜ୍ଞ ଦଳ ଭିତରକୁ ଯାଇ ଯାଞ୍ଚ କରିଛନ୍ତି। ଆସନ୍ତକାଲି ମରାମତି ହେଉଥିବା ସ୍ଥଳକୁ ଚଢି ଯାଞ୍ଚ କରିବେ। ଜଗମୋହନର ମୁଖ୍ୟ ପଥରରେ ଯେଉଁ ଫାଟ ସୃଷ୍ଟି ହୋଇଛି ତାହାକୁ ମଧ୍ୟ ଆସନ୍ତାକାଲି ବିଶେଷଜ୍ଞ ଦଳ ଅନୁଧ୍ୟାନ କରିବେ। ଏଏସଆଇ ପକ୍ଷରୁ ଆସିଥିବା ବିଶେଷଜ୍ଞ ଦଳ କାର୍ବନ ମ୍ୟାପିଂ ପଦ୍ଧତ୍ତିକୁ ବ୍ୟବହାର କରି ମରାମତି କାର୍ଯ୍ୟର ତଦାରଖ କରୁଛନ୍ତି ବୋଲି ସେ କହିଛନ୍ତି।

Related story