ଯାଜପୁର: ବିଦ୍ୟୁତ୍ କାଟ୍ ପ୍ରତିବାଦରେ ବିଜେପିର ଗଣଧାରଣା

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ଅଞ୍ଚଳରେ ଦେଖାଯାଉଥିବା ବିଦ୍ୟୁତ ସମସ୍ୟା ଓ ବିଦ୍ୟୁତ କାଟ ପ୍ରତିବାଦରେ ବିଜେପି କର୍ମୀଙ୍କ ପକ୍ଷରୁ ୧୨ ଦଫା ଦାବି ନେଇ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଥିଲା । ଏଥିରେ ବିଜେପି ରାଜ୍ୟ ଉପସଭାପତି ପ୍ରତାପ ସଡଙ୍ଗୀ, ରାଜ୍ୟ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଯୋଗଦେଇ ସରକାରଙ୍କ ଏଭଳି ନୀତିକୁ ସମାଲୋଚନା କରିଥିଲେ । ବରୀ ଅଞ୍ଚଳରେ ହେଉଥିବା ୮ ଘଣ୍ଟା ବିଦ୍ୟୁତ କାଟ ବନ୍ଦ କରିବା, […]

bjp.......

Rakesh Mallick
  • Published: Monday, 21 September 2015
  • , Updated: 21 September 2015, 05:52 PM IST

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ଅଞ୍ଚଳରେ ଦେଖାଯାଉଥିବା ବିଦ୍ୟୁତ ସମସ୍ୟା ଓ ବିଦ୍ୟୁତ କାଟ ପ୍ରତିବାଦରେ ବିଜେପି କର୍ମୀଙ୍କ ପକ୍ଷରୁ ୧୨ ଦଫା ଦାବି ନେଇ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଥିଲା । ଏଥିରେ ବିଜେପି ରାଜ୍ୟ ଉପସଭାପତି ପ୍ରତାପ ସଡଙ୍ଗୀ, ରାଜ୍ୟ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଯୋଗଦେଇ ସରକାରଙ୍କ ଏଭଳି ନୀତିକୁ ସମାଲୋଚନା କରିଥିଲେ । ବରୀ ଅଞ୍ଚଳରେ ହେଉଥିବା ୮ ଘଣ୍ଟା ବିଦ୍ୟୁତ କାଟ ବନ୍ଦ କରିବା, ପୁରୁଣା ତାର ପରିବର୍ତ୍ତନ କରିବା, ବିଦ୍ୟୁତ ବିଭାଗରେ ଥିବା ଆବଶ୍ୟକ ପଦବୀ ପୂରଣ କରାଯିବା ଆଦି ୧୨ ଦଫା ଦାବିକୁ ନେଇ ଏହି ଗଣଧାରଣା ଦିଆଯାଇଥିଲା । ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ଲାଗି ନେସ୍କୋ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Related story