ଯାଜପୁର: ଗଣେଷ ବିସର୍ଜନ ବେଳେ ନଦୀରେ ବୁଡି ଛାତ୍ର ମୃତ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଳକ ମଧୁବନ ହାଇସ୍କୁଳରେ ଗଣେଷ ପୂଜା ଭସାଣୀ ବେଳେ ଖରସ୍ରୋତା ନଦୀରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ସୌମ୍ୟ ପ୍ରସନ୍ନ। ସେ ୯ମ ଶ୍ରେଣୀରେ ପଢୁଥିଲେ।

ସୌମ୍ୟ ନଦୀରେ ବୁଡି ଯାଇଥିବା ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ବହୁ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।