ଝାରସୁଗୁଡ଼ା: ଝାରସୁଗୁଡା ପୁରୁଣାବସ୍ତି ଚୌକିଦାର ପଡ଼ାରୁ ଉଦ୍ଧାର ଶିଶୁର ମୃତ୍ୟୁ ଘଟିଛି। ସେପ୍ଟେମ୍ୱର ୨୦ ତାରିଖରେ ପବିତ୍ର ବାଗ ଏବଂ ପତ୍ନୀ ସୁରେଶ୍ୱରୀ ବାଗଙ୍କ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ୨୫ ତାରିଖରେ ଶିଶୁଟିକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପୋଲିସ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିଶୁଟିକୁ ଚାରିଦିନ ପରେ ଉଦ୍ଧାର କରିଥିଲେ। ତେବେ ଲାଳନ ପାଳନ ଅଭାବରୁ ଶିଶୁଟିର ମୃତ୍ୟୁ ହୋଇଥିବା ସାହାଡ଼ି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ସେପଟେ ଶିଶୁର ଠିକରେ ଯତ୍ନ ନିଆଯାଉଥିଲା ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।