କେନ୍ଦ୍ରପଡା: ସାଳି ଅଞ୍ଚରେ ନୂଆପଞ୍ଚାୟତ ଗଠନକୁ ନେଇ ତେଜୁଛି ଅସନ୍ତୋଷ

କେନ୍ଦ୍ରପଡା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ସାଳିଅଞ୍ଚରେ ପ୍ରସ୍ତାବିତ ନୂଆ ପଞ୍ଚାୟତ ଗଠନକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ। ସାଳିଅଞ୍ଚରେ ପଞ୍ଚାୟତ ହେଲେ ପ୍ରାୟ ୬ଟି ରାଜସ୍ୱ ଗାଁର ଲୋକଙ୍କୁ ପାଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ୭ କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରିବା ପାଇଁ ପଡ଼ିବ। ତେଣୁ ସାଳିଅଞ୍ଚରେ ପରିବର୍ତ୍ତେ ସିଳାସ୍ତମ୍ଭରେ ପଞ୍ଚାୟତ ପ୍ରତିଷ୍ଠା ହେଲେ ଲୋକମାନେ ଉପକୃତ ହେବେ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ପଦକ୍ଷେପ ନିଆନଗଲେ ଆଗାମୀ […]

vlcsnap-2015-09-13-13h34m51s683

Rakesh Mallick
  • Published: Sunday, 13 September 2015
  • , Updated: 13 September 2015, 08:06 AM IST

କେନ୍ଦ୍ରପଡା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ସାଳିଅଞ୍ଚରେ ପ୍ରସ୍ତାବିତ ନୂଆ ପଞ୍ଚାୟତ ଗଠନକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ। ସାଳିଅଞ୍ଚରେ ପଞ୍ଚାୟତ ହେଲେ ପ୍ରାୟ ୬ଟି ରାଜସ୍ୱ ଗାଁର ଲୋକଙ୍କୁ ପାଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ୭ କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରିବା ପାଇଁ ପଡ଼ିବ। ତେଣୁ ସାଳିଅଞ୍ଚରେ ପରିବର୍ତ୍ତେ ସିଳାସ୍ତମ୍ଭରେ ପଞ୍ଚାୟତ ପ୍ରତିଷ୍ଠା ହେଲେ ଲୋକମାନେ ଉପକୃତ ହେବେ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ପଞ୍ଚାୟତବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଜିଲ୍ଲାସ୍ତରରେ ଗଠିତ କମିଟିର ତର୍ଜମା ପରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Related story