କଳାହାଣ୍ଡି: ଟ୍ରେନ୍ ଧକ୍କାରେ ଛୁଆ ହାତୀ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ପାଣିମୁଣ୍ଡାରେ ଅଘଟଣ।  ଟ୍ରେନ୍ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ହତୀଟିର ବୟସ ପ୍ରାୟ ୫ ବର୍ଷ ହେବ। ଏକ ହାତୀ ପଲ ସହ ଛୁଆ ଦନ୍ତା ହାତୀଟି ଧାନ ଫସଲ ଖାଇବା ପାଇଁ ଟ୍ରେନ୍ ଲାଇନ୍ ପାର ହେଉଥିବାବେଳେ, ଏଲିପି-ଧାନବାଦ ଟ୍ରେନ ଛୁଆ ହାତୀଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଛୁଆ ହାତୀଟିର ମୃତ୍ୟୁ ହୋଇଥିଲା। ସେହିପରି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧୀନ […]

elephante1

Rakesh Mallick
  • Published: Friday, 04 December 2015
  • , Updated: 04 December 2015, 03:58 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ପାଣିମୁଣ୍ଡାରେ ଅଘଟଣ।  ଟ୍ରେନ୍ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ହତୀଟିର ବୟସ ପ୍ରାୟ ୫ ବର୍ଷ ହେବ। ଏକ ହାତୀ ପଲ ସହ ଛୁଆ ଦନ୍ତା ହାତୀଟି ଧାନ ଫସଲ ଖାଇବା ପାଇଁ ଟ୍ରେନ୍ ଲାଇନ୍ ପାର ହେଉଥିବାବେଳେ, ଏଲିପି-ଧାନବାଦ ଟ୍ରେନ ଛୁଆ ହାତୀଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଛୁଆ ହାତୀଟିର ମୃତ୍ୟୁ ହୋଇଥିଲା।

ସେହିପରି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧୀନ କେନ୍ଦୁମୁଣ୍ଡି ଜଙ୍ଗଲରୁ ଗୋଟିଏ ମାଇ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ବଡ଼ବାଲିପୋଷି ବିଟର ବନ କର୍ମଚାରୀମାନେ ହାତୀର ମୃତଦେହ ଦେଖି ମୁଖ୍ୟ କାର୍ଯ୍ୟାଳୟକୁ ଖବର ଦେଇଥିଲେ। କରଞ୍ଜିଆ ଡିଏଫଓ ଗୁରବାର ଘଟଣାସ୍ଥଳରେ ପହଞ୍ଚି ହାତୀର ଶବ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ କରାଯାଇ ନିୟମ ଅନୁସାରେ ପୋଡି ଦିଆଯାଇଥିଲା। ହାତୀର ବୟସ ଆନୁମାନିକ ୧୫ବର୍ଷ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଡିଏଫଓ କହିଛନ୍ତି। ଗତ ୧୫ଦିନ ମଧ୍ୟରେ କରଞ୍ଜିଆ ବନଖଣ୍ଡ ଅଧୀନରେ ଗୋଟିଏ ମାଆ ଓ ନବଜାତ ହାତୀ ଶବକର ମୃତ୍ୟୁ ହେବାପରେ ଏ ହେଉଛି ଦ୍ୱିତୀୟ ଘଟଣା।

 

Related story