କଲ୍ୟାଣସିଂହପୁରରେ ମାଓ ପୋଷ୍ଟର, ୩ ଜଣଙ୍କୁ ଧମକ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା ପାରସଲି ପଞ୍ଚାୟତର ତିନୋଟି ଗାଁରେ ସୋମବାର ସକାଳେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା। ୩ଟି ଗାଁର ୮ଟି ସ୍ଥାନରେ ମାଓବାଦୀମାନେ ପୋଷ୍ଟର ଲଗାଇଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ମାଓ ପୋଷ୍ଟର ଲାଗିଥିଲା। ଜିଲ୍ଲାପାଳ ଓ ଏସପିଙ୍କୁ ବିରୋଧ କରିବା ସହ ଅଞ୍ଚଳର ତିନି ଜଣ ଲୋକଙ୍କୁ ମାଓବାଦୀମାନେ ଏହି ପୋଷ୍ଟରଗୁଡ଼ିକ ଜରିଆରେ ଧମକ ଦେଇଥିଲେ। ନିୟମଗିରିରେ ପୁନର୍ବାର ପଲ୍ଲୀସଭା କରିବାକୁ ସରକାର ଯୋଜନା କରିଛନ୍ତି, ତାହାକୁ ମଧ୍ୟ ମାଓବାଦୀମାନେ ବିରୋଧ […]

mao

Rakesh Mallick
  • Published: Monday, 07 December 2015
  • , Updated: 07 December 2015, 09:28 AM IST

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା ପାରସଲି ପଞ୍ଚାୟତର ତିନୋଟି ଗାଁରେ ସୋମବାର ସକାଳେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା। ୩ଟି ଗାଁର ୮ଟି ସ୍ଥାନରେ ମାଓବାଦୀମାନେ ପୋଷ୍ଟର ଲଗାଇଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ମାଓ ପୋଷ୍ଟର ଲାଗିଥିଲା।

ଜିଲ୍ଲାପାଳ ଓ ଏସପିଙ୍କୁ ବିରୋଧ କରିବା ସହ ଅଞ୍ଚଳର ତିନି ଜଣ ଲୋକଙ୍କୁ ମାଓବାଦୀମାନେ ଏହି ପୋଷ୍ଟରଗୁଡ଼ିକ ଜରିଆରେ ଧମକ ଦେଇଥିଲେ। ନିୟମଗିରିରେ ପୁନର୍ବାର ପଲ୍ଲୀସଭା କରିବାକୁ ସରକାର ଯୋଜନା କରିଛନ୍ତି, ତାହାକୁ ମଧ୍ୟ ମାଓବାଦୀମାନେ ବିରୋଧ କରୁଥିବା ନେଇ ପୋଷ୍ଟରଗୁଡ଼ିକରେ ଉଲ୍ଲେଖ କରିଛନ୍ତି।  ସ୍ଥାନୀୟ ପୋଲିସ ପୋଷ୍ଟରକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Related story