କନ୍ଧମାଳ ଜିଲ୍ଲା ବିକାଶ ପାଇଁ ଗଠନ ହେଲା ମିଳିତ ସାମୁଖ୍ୟ

କନ୍ଧମାଳ: ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ, ଜିଲ୍ଲାର ବିଭିନ୍ନ ବର୍ଗକୁ ନେଇ ଗତକାଲି କନ୍ଧମାଳ ମିଳିତ ସାମୁଖ୍ୟ ଗଠନ ହୋଇଛି। କୁଇ ସମାଜ ସମନ୍ନୟ ସମିତିର ସମ୍ପାଦକ ଲମ୍ବଧର କହଁର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହାସହ ଜିଲ୍ଲା ସ୍ତରୀୟ କେନ୍ଦ୍ରୀୟ କମିଟିରେ ୨୫ ଜଣ ଓ ପୌର ପରିଷଦ ପାଇଁ ୧୮ ଜଣିଆ କମିଟି ଗଠନ କରାଯାଇଛି। ଏହି ଅବସରରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଓ […]

kandhmala

kandhmala

Rakesh Mallick
  • Published: Tuesday, 06 October 2015
  • Updated: 06 October 2015, 04:42 AM IST

Sports

Latest News

କନ୍ଧମାଳ: ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ, ଜିଲ୍ଲାର ବିଭିନ୍ନ ବର୍ଗକୁ ନେଇ ଗତକାଲି କନ୍ଧମାଳ ମିଳିତ ସାମୁଖ୍ୟ ଗଠନ ହୋଇଛି। କୁଇ ସମାଜ ସମନ୍ନୟ ସମିତିର ସମ୍ପାଦକ ଲମ୍ବଧର କହଁର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହାସହ ଜିଲ୍ଲା ସ୍ତରୀୟ କେନ୍ଦ୍ରୀୟ କମିଟିରେ ୨୫ ଜଣ ଓ ପୌର ପରିଷଦ ପାଇଁ ୧୮ ଜଣିଆ କମିଟି ଗଠନ କରାଯାଇଛି। ଏହି ଅବସରରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଓ ଜିଲ୍ଲାରେ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ଏହା ସହ ଆରଡିସିଙ୍କ କୋର୍ଟ କ୍ୟାମ୍ପକୁ ଉଠେଇ ନେବାପାଇଁ ଚାଲିଥିବା ଯୋଜନାକୁ ବିରୋଧ କରିବା ସହ ଜିଲ୍ଲାରେ କମ୍ ବୃଷ୍ଟିପାତ ଯୋଗୁଁ ୭୫ ପ୍ରତିଶତ ଜମିରେ ଚାଷ କାର୍ଯ୍ୟ ହୋଇନଥିବାରୁ ଜିଲ୍ଲାକୁ ମରୁଡି ଘୋଷଣା କରିବା ପାଇଁ ମିଳିତ ସାମୁଖ୍ୟର ଏକ ପ୍ରତିନିଧି ଦଳ ଜିଲ୍ଲାର ନବ ନିଯୁକ୍ତ ଉନ୍ନୟନ କମିଶନର ଆଦିତ୍ୟ ପ୍ରସାଦ ପାଢୀଙ୍କୁ ସାକ୍ଷାତ କରିବେ ଓ ଜିଲ୍ଲାର ବିଭିନ୍ନ ସମସ୍ୟା ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯିବ ବୋଲି କନ୍ଧମାଳ ମିଳିତ ସାମୁଖ୍ୟର ସଭାପତି ଲମ୍ବଧର କହଁର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos