ଜାତିଆଣ ଆକ୍ଷେପ ଅଭିଯୋଗ: ଡାକ୍ତର କଲ୍ୟାଣୀ ପରିଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏସସିବି ଛାତ୍ରଛାତ୍ରୀଙ୍କ ଅନଶନ ଆରମ୍ଭ

କଟକ: ଜାତିଆଣ ଆକ୍ଷେପ ନେଇ ଏସସିବି ରେଡିଓଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର କଲ୍ୟାଣୀ ପରିଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଭାଗର ଛାତ୍ରଛାତ୍ରୀମାନେ ଆଜି ଠାରୁ ଅନଶନ ଆରମ୍ଭ କରିଛନ୍ତି। ରେଡିଓଲୋଜି ବିଭାଗର ଛାତ୍ରଛାତ୍ରୀମାନଙ୍କ ଏହି ଅନଶନକୁ ଏସସିବିର ଜୁନିୟର ଡାକ୍ତର ସଂଘ ସମର୍ଥନ କରିବା ସହ ଆଜି ଠାରୁ ସମୂହ କଳାବ୍ୟାଜ୍ ପରିଧାନ କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଏସସିବି ପିଜି ଛାତ୍ର ସଂଘ ପକ୍ଷରୁ […]

scb

Rakesh Mallick
  • Published: Monday, 14 September 2015
  • , Updated: 14 September 2015, 09:58 AM IST

କଟକ: ଜାତିଆଣ ଆକ୍ଷେପ ନେଇ ଏସସିବି ରେଡିଓଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର କଲ୍ୟାଣୀ ପରିଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଭାଗର ଛାତ୍ରଛାତ୍ରୀମାନେ ଆଜି ଠାରୁ ଅନଶନ ଆରମ୍ଭ କରିଛନ୍ତି। ରେଡିଓଲୋଜି ବିଭାଗର ଛାତ୍ରଛାତ୍ରୀମାନଙ୍କ ଏହି ଅନଶନକୁ ଏସସିବିର ଜୁନିୟର ଡାକ୍ତର ସଂଘ ସମର୍ଥନ କରିବା ସହ ଆଜି ଠାରୁ ସମୂହ କଳାବ୍ୟାଜ୍ ପରିଧାନ କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଏସସିବି ପିଜି ଛାତ୍ର ସଂଘ ପକ୍ଷରୁ କୁହାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ଜାତିଆଣ ଆକ୍ଷେପ ନେଇ ଏସସିବି ରେଡିଓଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର କଲ୍ୟାଣୀ ପରିଡାଙ୍କ ନାଁରେ ରେଡିଓଲୋଜି ବିଭାଗର ପିଜି ଛାତ୍ର ଦୀନେଶ କୁମାର କିସକୁ ଏସସିବି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ସହ ମଙ୍ଗଳାବାଗ ଥାନାରେ ଏହି ଏତାଲା ମଧ୍ୟ ଦାଏର କରିଛନ୍ତି। ତେବେ ଏନେଇ ଏସସବି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story