ଖୁଣ୍ଟୁଣୀ ଥାନା ଅଧିକାରୀଙ୍କ ବଦଳି ପ୍ରତିବାଦରେ ରାସ୍ତାରୋକ 

ଆଠଗଡ଼:  ଆଠଗଡ଼ ଖୁଣ୍ଟୁଣୀ ଥାନା ଅଧିକାରୀ ଗୟା ରଞ୍ଜନ ସାମଲଙ୍କ ବଦଳି ପ୍ରତିବାଦରେ ଆଜି ଜାତୀୟ ରାଜପଥ ମଙ୍ଗୁଳି-ଢେଙ୍କାନାଳ ରାସ୍ତାର ପାନିଆମା ଠାରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଛନ୍ତି। ଫଳରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ଘଟଣା ସ୍ଥଳରେ ଚୌଦାର ଏସଡିପିଓ ସୁଦାମ ଚରଣ ସାହୁ ପହଞ୍ଚି ରାସ୍ତାରୁ ଉଠିବା ପାଇଁ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଯେ ପର୍ଯ୍ୟନ୍ତ ଥାନା ଅଧିକାରୀଙ୍କ ବଦଳି ରଦ୍ଦ ନ ହୋଇଛି, ସେ ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ସ୍ଥାନୀୟ […]

rastaroko

Rakesh Mallick
  • Published: Wednesday, 02 March 2016
  • , Updated: 02 March 2016, 10:42 AM IST

ଆଠଗଡ଼:  ଆଠଗଡ଼ ଖୁଣ୍ଟୁଣୀ ଥାନା ଅଧିକାରୀ ଗୟା ରଞ୍ଜନ ସାମଲଙ୍କ ବଦଳି ପ୍ରତିବାଦରେ ଆଜି ଜାତୀୟ ରାଜପଥ ମଙ୍ଗୁଳି-ଢେଙ୍କାନାଳ ରାସ୍ତାର ପାନିଆମା ଠାରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଛନ୍ତି। ଫଳରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ଘଟଣା ସ୍ଥଳରେ ଚୌଦାର ଏସଡିପିଓ ସୁଦାମ ଚରଣ ସାହୁ ପହଞ୍ଚି ରାସ୍ତାରୁ ଉଠିବା ପାଇଁ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଯେ ପର୍ଯ୍ୟନ୍ତ ଥାନା ଅଧିକାରୀଙ୍କ ବଦଳି ରଦ୍ଦ ନ ହୋଇଛି, ସେ ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Related story