ନୟାଗଡ଼ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଓଡ଼ିଶା ଗୋତିମୁକ୍ତି ସଂଗଠନର ବିକ୍ଷୋଭ

ନୟାଗଡ଼ା: ବର୍ତ୍ତନଗ୍ରାହୀ ଧୋବା ଓ ବାରିକମାନଙ୍କୁ ତୁରନ୍ତ ଗୋତି ଶ୍ରମିକ ମୁକ୍ତ ପ୍ରମାଣପତ୍ର ଓ ଅର୍ଥନୈତିକ ଥଇଥାନ ଦାବି କରି ଓଡ଼ିଶା ଗୋତିମୁକ୍ତି ଆନ୍ଦୋଳନର ଜିଲ୍ଲା ଶାଖା ପକ୍ଷରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ବର୍ତ୍ତନଗ୍ରାହୀ ଧୋବା ଓ ବାରିକମାନଙ୍କୁ ତୁରନ୍ତ ଗୋତି ଶ୍ରମିକ ମୁକ୍ତ ପ୍ରମାଣପତ୍ର ଓ ଅର୍ଥନୈତିକ ଥଇଥାନ ଦାବି କରି ନୟାଗଡ଼ ଜିଲ୍ଲାର ପ୍ରାୟ ୫୦୦ଜଣ ବର୍ତ୍ତନଗ୍ରାହୀ ଧୋବା […]

nayagada

Rakesh Mallick
  • Published: Thursday, 17 September 2015
  • , Updated: 17 September 2015, 04:51 AM IST

ନୟାଗଡ଼ା: ବର୍ତ୍ତନଗ୍ରାହୀ ଧୋବା ଓ ବାରିକମାନଙ୍କୁ ତୁରନ୍ତ ଗୋତି ଶ୍ରମିକ ମୁକ୍ତ ପ୍ରମାଣପତ୍ର ଓ ଅର୍ଥନୈତିକ ଥଇଥାନ ଦାବି କରି ଓଡ଼ିଶା ଗୋତିମୁକ୍ତି ଆନ୍ଦୋଳନର ଜିଲ୍ଲା ଶାଖା ପକ୍ଷରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

ବର୍ତ୍ତନଗ୍ରାହୀ ଧୋବା ଓ ବାରିକମାନଙ୍କୁ ତୁରନ୍ତ ଗୋତି ଶ୍ରମିକ ମୁକ୍ତ ପ୍ରମାଣପତ୍ର ଓ ଅର୍ଥନୈତିକ ଥଇଥାନ ଦାବି କରି ନୟାଗଡ଼ ଜିଲ୍ଲାର ପ୍ରାୟ ୫୦୦ଜଣ ବର୍ତ୍ତନଗ୍ରାହୀ ଧୋବା ଓ ବାରିକ ସେମାନଙ୍କୁ ତୁରନ୍ତ ଗୋତି ଶ୍ରମିକରୁ ମୁକ୍ତ ଘୋଷଣା କରି ପ୍ରମାଣପତ୍ର ଦେବା ତଥା ଅର୍ଥନୈତିକ ଥଇଥାନ ଦାବି ସଂପର୍କରେ ଜାତୀୟ ମାନବାଧୀକାର କମିଶନଙ୍କୁ ମଧ୍ୟ ଜଣାଇଛନ୍ତି। ଜାତୀୟ ମାନବାଧିକାର କମିଶନଙ୍କ ସ୍ପେଶାଲ ରାପୋର୍ଟିଅରଙ୍କ ଦାମୋଦର ଷଡ଼ଙ୍ଗୀ ୪ ଦିନିଆ ଗସ୍ତରେ ଆସି ନୟାଗଡ଼ର ବିଭିନ୍ନ ଗାଁ ପରିଦର୍ଶନ କରିବା ସହିତ ଅଭିଯୋଗକାରୀଙ୍କ ବାସ୍ତବ ଚିତ୍ର ପରଖିଛନ୍ତି। ସେ ତାଙ୍କ ରିପୋର୍ଟ ଜାତୀୟ ମାନବାଧିକାର କମିଶନଙ୍କୁ ଦେବେ ବୋଲି କହିଛନ୍ତି।

Related story