ନୟାଗଡ଼ ଜଳସେଚନ ବିଭାଗ କାର୍ଯ୍ୟାଳୟରେ ଟେଣ୍ଡର ଫିକ୍ସିଂ ଅଭିଯୋଗ

ନୟାଗଡ଼: ନୟାଗଡ଼ ଜଳସେଚନ ବିଭାଗ କାର୍ଯ୍ୟାଳୟରେ ଟେଣ୍ଡର ଫିକ୍ସିଂ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି କିଛି ଠିକାଦାର। ୨୦୧୬-୧୭ ବର୍ଷ ପାଇଁ ହେବାକୁ ଥିବା କାମର ଟେଣ୍ଡର ପାଇଁ ଲଟେରି କରାଯାଇଥିଲା। ୪୦ଟି ଟେଣ୍ଡରର ଲଟେରି ଉଠାଣ ଯୋଜନା ଥିଲା। ଢୋଲମରା କୁଆଁରିଆ ନଦୀବନ୍ଧ ପାଇଁ ୧୦ଲକ୍ଷ ଟଙ୍କା ଟେଣ୍ଡରର ୨୨ ନମ୍ୱର ଲଟେରି ଉଠାଣ ସମୟରେ ଉତ୍ତେଜନା ଦେଖା ଦେଇଥିଲା। ଜଣେ ଠିକାଦାରଙ୍କ ନାଁରେ ଗୋଟିଏ କୁପନ ବଦଳରେ ୬ଟି କୁପନ ବାହାରିବା ପରେ ଉତ୍ତ୍ୟକ୍ତ […]

tender

Rakesh Mallick
  • Published: Tuesday, 29 December 2015
  • , Updated: 29 December 2015, 05:36 AM IST

ନୟାଗଡ଼: ନୟାଗଡ଼ ଜଳସେଚନ ବିଭାଗ କାର୍ଯ୍ୟାଳୟରେ ଟେଣ୍ଡର ଫିକ୍ସିଂ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି କିଛି ଠିକାଦାର। ୨୦୧୬-୧୭ ବର୍ଷ ପାଇଁ ହେବାକୁ ଥିବା କାମର ଟେଣ୍ଡର ପାଇଁ ଲଟେରି କରାଯାଇଥିଲା। ୪୦ଟି ଟେଣ୍ଡରର ଲଟେରି ଉଠାଣ ଯୋଜନା ଥିଲା। ଢୋଲମରା କୁଆଁରିଆ ନଦୀବନ୍ଧ ପାଇଁ ୧୦ଲକ୍ଷ ଟଙ୍କା ଟେଣ୍ଡରର ୨୨ ନମ୍ୱର ଲଟେରି ଉଠାଣ ସମୟରେ ଉତ୍ତେଜନା ଦେଖା ଦେଇଥିଲା। ଜଣେ ଠିକାଦାରଙ୍କ ନାଁରେ ଗୋଟିଏ କୁପନ ବଦଳରେ ୬ଟି କୁପନ ବାହାରିବା ପରେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ଅନ୍ୟ ଠିକାଦାର। ଉତ୍ତ୍ୟକ୍ତ ଠିକାଦାର ନିର୍ବାହୀ ଯନ୍ତ୍ରୀଙ୍କୁ ଘେରିଥିଲେ। ତେବେ ନିର୍ବାହୀ ଯନ୍ତ୍ରୀ ଟେଣ୍ଡର ଫିକ୍ସିଂକୁ ଅସ୍ୱୀକାର କରିଥିବା ବେଳେ ଭୁଲ କ୍ରମେ ଏପରି ହୋଇଛି ବୋଲି କହିଛନ୍ତି। ଲଟେରି କାର୍ଯ୍ୟକୁ ବାତିଲ କରାଯାଇଛି। ନୟାଗଡ଼ ଟାଉନ ଥାନାରେ ଫିକ୍ସିଂ ନେଇ ଏତଲା ପରେ ଘଟଣାର ତଦନ୍ତ ହେବ ଏସପି କହିଛନ୍ତି।

Related story