କଳିଙ୍ଗ କାନ୍‌ସିନର୍‌ ପ୍ଲାଣ୍ଟ ବନ୍ଦ ପାଇଁ ଏନ୍‌ଜିଟିର ନିର୍ଦ୍ଦେଶ

ପାରାଦୀପ: ପାରାଦୀପ ସ୍ଥିତ କଳିଙ୍ଗ କାନ୍‌ସିନର୍‌ ପ୍ଲାଣ୍ଟକୁ ବନ୍ଦ କରିବାକୁ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ନିର୍ଦ୍ଦେଶ। ବାୟୁ ଓ ଜଳ ପ୍ରଦୂଷଣ ରୋକିବାରେ ପ୍ଲାଣ୍ଟ ବିଫଳ ହୋଇଥିବାରୁ ଏନ୍‌ଜିଟିର କୋଲକାତା ସ୍ଥିତ ପୂର୍ବାଞ୍ଚଳ ବେଞ୍ଚ ଏପରି ନିର୍ଦ୍ଦେଶ ଦେଇଛନ୍ତି। ତ୍ୱରିତ ପଦକ୍ଷେପ ସ୍ୱରୂପ ପ୍ଲାଣ୍ଟର ବିଦ୍ୟୁତ ସଂଯୋଗ କାଟିବାକୁ ଏନ୍‌ଜିଟି ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। କଳିଙ୍ଗ କାନ୍‌ସିନର୍‌ ପ୍ଲାଣ୍ଟ ପକ୍ଷରୁ ହେଉଥିବା ପ୍ରଦୂଷଣକୁ ନେଇ ଉଦୟବାଟ ଗାଁର ୫ ଜଣ ଗ୍ରାମବାସୀଙ୍କ ପକ୍ଷରୁ ଏନ୍‌ଜିଟିରେ […]

ngt

Rakesh Mallick
  • Published: Tuesday, 18 April 2017
  • , Updated: 18 April 2017, 09:51 PM IST

ପାରାଦୀପ: ପାରାଦୀପ ସ୍ଥିତ କଳିଙ୍ଗ କାନ୍‌ସିନର୍‌ ପ୍ଲାଣ୍ଟକୁ ବନ୍ଦ କରିବାକୁ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ନିର୍ଦ୍ଦେଶ। ବାୟୁ ଓ ଜଳ ପ୍ରଦୂଷଣ ରୋକିବାରେ ପ୍ଲାଣ୍ଟ ବିଫଳ ହୋଇଥିବାରୁ ଏନ୍‌ଜିଟିର କୋଲକାତା ସ୍ଥିତ ପୂର୍ବାଞ୍ଚଳ ବେଞ୍ଚ ଏପରି ନିର୍ଦ୍ଦେଶ ଦେଇଛନ୍ତି। ତ୍ୱରିତ ପଦକ୍ଷେପ ସ୍ୱରୂପ ପ୍ଲାଣ୍ଟର ବିଦ୍ୟୁତ ସଂଯୋଗ କାଟିବାକୁ ଏନ୍‌ଜିଟି ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

କଳିଙ୍ଗ କାନ୍‌ସିନର୍‌ ପ୍ଲାଣ୍ଟ ପକ୍ଷରୁ ହେଉଥିବା ପ୍ରଦୂଷଣକୁ ନେଇ ଉଦୟବାଟ ଗାଁର ୫ ଜଣ ଗ୍ରାମବାସୀଙ୍କ ପକ୍ଷରୁ ଏନ୍‌ଜିଟିରେ ମାମଲା ଦାଏର ହୋଇଥିଲା। ଗ୍ରାମବାସୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପାଣି ମାମଲା ପରିଚାଳନା କରିଥିଲେ।

Related story