କଟକ: ଓଡ଼ିଶା ପୋଲିସର ୬୩ତମ ବୃତ୍ତିଗତ ପ୍ରତିଯୋଗିତା ଉଦଘାଟିତ

କଟକ: କଟକ ବକ୍ସିବଜାର ରିଜର୍ଭ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି ଓଡିଶା ପୋଲିସର ୬୩ ତମ ପୋଲିସ ବୃତ୍ତିଗତ ପ୍ରତିଯୋଗିତା। ଏହାକୁ ପୋଲିସ ଡିଜି ସଞ୍ଜୀବ ମାରିକ ଉଦଘାଟନ କରିଛନ୍ତି। ତିନି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୩୭ଟି ପୋଲିସ ଜିଲ୍ଲା ଓ ପ୍ରତିଷ୍ଠାନର ୧୪୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଅନୁସନ୍ଧାନ, ଫଟୋଗ୍ରାଫି, ଆଙ୍ଗୁଳିଛାପ, କମ୍ପ୍ୟୁଟର ଜ୍ଞାନକୌଶଳ, ସାଇବର କ୍ରାଇମ, ନୀରିକ୍ଷଣ, ମେଡିକୋ ଲିଗାଲ ଭଳି ବିଷୟବସ୍ତୁକୁ ନେଇ ପ୍ରତିଯୋଗୀମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ […]

police

Rakesh Mallick
  • Published: Monday, 28 September 2015
  • , Updated: 28 September 2015, 08:15 AM IST

କଟକ: କଟକ ବକ୍ସିବଜାର ରିଜର୍ଭ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି ଓଡିଶା ପୋଲିସର ୬୩ ତମ ପୋଲିସ ବୃତ୍ତିଗତ ପ୍ରତିଯୋଗିତା। ଏହାକୁ ପୋଲିସ ଡିଜି ସଞ୍ଜୀବ ମାରିକ ଉଦଘାଟନ କରିଛନ୍ତି। ତିନି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୩୭ଟି ପୋଲିସ ଜିଲ୍ଲା ଓ ପ୍ରତିଷ୍ଠାନର ୧୪୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଅନୁସନ୍ଧାନ, ଫଟୋଗ୍ରାଫି, ଆଙ୍ଗୁଳିଛାପ, କମ୍ପ୍ୟୁଟର ଜ୍ଞାନକୌଶଳ, ସାଇବର କ୍ରାଇମ, ନୀରିକ୍ଷଣ, ମେଡିକୋ ଲିଗାଲ ଭଳି ବିଷୟବସ୍ତୁକୁ ନେଇ ପ୍ରତିଯୋଗୀମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବେ। କ୍ରାଇମବ୍ରାଞ୍ଚ ଏହି ପ୍ରତିଯୋଗିତାକୁ ଆୟୋଜନ କରିଛି। ଉଦଘାଟନ ଅବସରରେ କ୍ରାଇମବ୍ରାଞ୍ଚ ଏଡିଜି ବି. କେ. ଶର୍ମାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Related story