ପୁରୀ: ହୋଟେଲ୍ କର୍ମଚାରୀଙ୍କ ମାଡ଼ରେ ପର୍ଯ୍ୟଟକ ଆହତ

ପୁରୀ: ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ଏକ ହୋଟେଲ୍‌ରେ ରୁମ୍ ବୁକ୍‌ କରିବାକୁ ନେଇ ହୋଟେଲ୍ କର୍ମଚାରୀଙ୍କ ମାଡ଼ରେ ଜଣେ ପର୍ଯ୍ୟଟକ ଆହତ ହୋଇଥିବା ଅଭିଯୋଗ ହୋଇଛି।  ତାଙ୍କ ନାଁ ନାରାୟଣ ଚନ୍ଦ୍ର ଦେ। ତାଙ୍କ ଘର ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ। ତାଙ୍କୁ ପୁରୀ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ତାଙ୍କର ମୁଣ୍ଡ, ମୁହଁ ଓ ଆଖିରେ ଆଘତ ଲାଗିଛି। ଅଭିଯୋଗ ଅନୁଯାୟୀ, ନାରାୟଣ ଦେ ପୂର୍ବରୁ ହୋଟେଲରେ ରୁମ୍ ବୁକିଂ କରିଥିଲେ ମଧ୍ୟ ହୋଟେଲ କର୍ମଚାରୀ ତାଙ୍କୁ […]

puri

Rakesh Mallick
  • Published: Tuesday, 15 March 2016
  • , Updated: 15 March 2016, 02:33 PM IST

ପୁରୀ: ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ଏକ ହୋଟେଲ୍‌ରେ ରୁମ୍ ବୁକ୍‌ କରିବାକୁ ନେଇ ହୋଟେଲ୍ କର୍ମଚାରୀଙ୍କ ମାଡ଼ରେ ଜଣେ ପର୍ଯ୍ୟଟକ ଆହତ ହୋଇଥିବା ଅଭିଯୋଗ ହୋଇଛି।  ତାଙ୍କ ନାଁ ନାରାୟଣ ଚନ୍ଦ୍ର ଦେ। ତାଙ୍କ ଘର ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ। ତାଙ୍କୁ ପୁରୀ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ତାଙ୍କର ମୁଣ୍ଡ, ମୁହଁ ଓ ଆଖିରେ ଆଘତ ଲାଗିଛି।

ଅଭିଯୋଗ ଅନୁଯାୟୀ, ନାରାୟଣ ଦେ ପୂର୍ବରୁ ହୋଟେଲରେ ରୁମ୍ ବୁକିଂ କରିଥିଲେ ମଧ୍ୟ ହୋଟେଲ କର୍ମଚାରୀ ତାଙ୍କୁ ରୁମ୍ ଦେଇ ନ ଥିଲେ। ସେ ୬ଟି ରୁମ୍ ବୁକ୍ କରିଥିବା ବେଳେ ତାଙ୍କୁ କେବଳ ଗୋଟିଏ ରୁମ୍ ଦେଇଥିଲେ ଓ ତାହା ଅପରିଷ୍କାର ଥିଲା। ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ହୋଟେଲ୍ କର୍ମଚାରୀମାନେ ସଂଘବଦ୍ଧ ହୋଇ ନାରାୟଣ ଓ ତାଙ୍କର ଜଣେ ସଂପର୍କୀୟଙ୍କୁ ଆକ୍ରମଣ କରିଥିଲେ।

ନାରାୟଣଙ୍କ ଅନ୍ୟ ଜଣେ ସଂପର୍କୀୟ କହିଛନ୍ତି ଯେ ହୋଟେଲ୍‌ରେ ୬ଟି ରୁମ୍ ବୁକ୍ କରାଯାଇଥିଲା। ଏଥିପାଇଁ ୭୦୦୦ ଟଙ୍କା ଆଡଭାନ୍ସ ଦିଆଯାଇଥିଲା। କିନ୍ତୁ ଏଠି ପହଞ୍ଚିବା ପରେ ହୋଟେଲ୍ କର୍ମଚାରୀମାନେ କହିଥିଲେ ଯେ ସେମାନଙ୍କ ନାଁରେ କୌଣସି ରୁମ୍‌ ବୁକ୍ ହୋଇନି। ଏହା ପରେ ସେମାନେ ରୁମ୍ ବୁକ୍ କରିଥିବା ଏଜେଣ୍ଟ୍ ପାଖକୁ ଫୋନ୍ କରି ଥିଲେ। ଏଜେଣ୍ଟ୍ ଫୋନ୍ କରିବା ପରେ ହୋଟେଲ୍ କର୍ମଚାରୀମାନେ ରୁମ୍ ବୁକ୍ ହୋଇଛି ବୋଲି ମାନିଲେ। କିନ୍ତୁ ଗୋଟିଏ ରୁମ୍ ଦେଲେ। ତାହା ପୁଣି ଅତ୍ୟନ୍ତ ଅପରିଷ୍କାର ଥିଲା। ଏହାକୁ ନେଇ ସେମାନେ ଅଭିଯୋଗ କରିବାକୁ ହୋଟେଲ୍ କର୍ମଚାରୀମାନେ ନାରାୟଣଙ୍କୁ ଆକ୍ରମଣ କରିଥିଲେ।

ବଳିଆପଣ୍ଡା ଥାନା ପୋଲିସ୍ ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖିଥିବା ବେଳେ ଉଭୟ ହୋଟେଲ୍ କର୍ମଚାରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା କହିଛନ୍ତି। ତେବେ ପର୍ଯ୍ୟଟକଙ୍କ ତରଫରୁ କୌଣସି ଏତଲା ଦିଆଯାଇ ନାହିଁ ବୋଲି କୁହାଯାଇଛି।

Related story